Before Header

ଚାନ୍ଦବାଲି ବିଜେଡି ରାଜନୀତିରେ ଚର୍ଚ୍ଚା, ଶେଷ ମୁହୂର୍ତ୍ତରେ ହେବ ଅମିତଙ୍କ ଏଣ୍ଟ୍ରି!

0 1,904

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଦଳିବ ବାପିଙ୍କ ସିଟ୍ । ଚାନ୍ଦବାଲି ଆସିବେ ଅମିତ । ଭଦ୍ରକ ବିଜୁ ଜନତା ଦଳ ରାଜନୀତିରେ ଏବେ ଏଭଳି ଚର୍ଚ୍ଚା ଖୁବ ଜୋରରେ ବଢିବାରେ ଲାଗିଛି । ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି କିଏ କେଉଁ ଆସନରୁ ଟିକେଟ ପାଇବ ତାକୁ ଚର୍ଚ୍ଚା ମଧ୍ୟ ସେତେ ବଢିବାରେ ଲାଗିଛି । ବିଶେଷ କରି ବିଜେଡି ଟିକେଟ କିଏ ହାତେଇବ ତାକୁ ନେଇ ଏବେ ପ୍ରତିଯୋଗିତା ଚାଲିଛି । ଏଭଳି ସ୍ଥିତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଟିକେଟକୁ ନେଇ ଚର୍ଚ୍ଚା ମଧ୍ୟ ତ୍ରୀବ୍ର ହେଉଛି । ବିଶେଷ କରି ଦୁଇ ଦୁଇ ଥରର ବିଧାୟକ ବିଜୁ ଜନତା ଦଳର ପାୱରଫୁଲ ନେତା ବ୍ୟୋମକେଶ ରାୟଙ୍କୁ ଏଥର ଚାନ୍ଦବାଲି ଟିକେଟ ନମିଳିପାରେ ସେଭଳି ଚର୍ଚ୍ଚା ମୁଣ୍ଡ ଟେକିଲାଣି ।

ଚର୍ଚ୍ଚା ସେତେବେଳେ ମୁଣ୍ଡ ଟେକୁଛି ଯେତେବେଳେ ଖୋଦ ବ୍ୟୋମକେଶ ରାୟଙ୍କ ମାମୁଁ ତଥା ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ସାନଭାଇ ଅଜୟ ନାୟକ ଅମିତ ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇ ଫୁଲତୋଡା ଦେଉଛନ୍ତି । ଦେଖନ୍ତୁ ଏ ଚିତ୍ରକୁ ।

ତେବେ ଚାନ୍ଦବାଲି ସମୀକରଣ ବୁଝିବା ପାଇଁ ଆମକୁ ଅମିତ ମଲ୍ଲିକଙ୍କ ରାଜନୀତିକ ସ୍ଥିତ ସମ୍ପର୍କରେ ଜାଣିବାକୁ ପଡ଼ିବ । ଅମିତ ମଲ୍ଲିକ ହେଉଛନ୍ତି ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ପୁଅ ।୨୦୦୦ ମସିହାରେ ଧାମନଗରରୁ ସ୍ୱାଧୀନ ଭାବରେ ଜିତି ମାନସ ମଲ୍ଲିକ ସେତେବେଳେ ଖୁବ ଚର୍ଚ୍ଚିତ ହୋଇଥିଲେ । ଅମିତ ମଲ୍ଲିକଙ୍କ ଜେଜେବାପା ହୃଦାନନ୍ଦ ମଲ୍ଲିକ ହେଉଛନ୍ତି କେବଳ ଭଦ୍ରକ ନୁହେଁ ସମଗ୍ର ଅବିଭକ୍ତ ବାଲେଶ୍ୱରରେ ଅଣକଂଗ୍ରେସ ରାଜନୀତିର ଏକ ବଡ଼ ନାଁ । ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ଖୁବ ଥିଲେ ଜଣାଶୁଣା ।

ଏବେ ଅମିତଙ୍କ ଦାଦା ସଞ୍ଜୀବ ମଲ୍ଲିକ ଭଦ୍ରକର ବିଧାୟକ ଅଛନ୍ତି । ସେଭଳି ଅମିତଙ୍କ ଆଉ ଜଣେ ଦାଦା ଜିଲ୍ଲାପରିଷଦ ସଭ୍ୟ ମଧ୍ୟ ଅଛନ୍ତି । ଏକ ଟାଣୁଆ ରାଜନୀତି ପରିବାରରୁ ଆସନ୍ତି ଅମିତ ମଲ୍ଲିକ । ସେ ଏବେ ନିଜେ ବିଜୁ ଜନତା ଦଳର ରାଜ୍ୟ ପାନେଲିଷ୍ଟ ଭାବେ ମଧ୍ୟ ଦାୟିତ୍ୱ ନିଭାଉଛନ୍ତି । ଏହା ସହ ଦଳ ତାଙ୍କୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦେଇ ଆସୁଛି । ଏବେ ଚର୍ଚ୍ଚା ହେଉଛି ଆଗାମୀ ନିର୍ବାଚନରେ ଅମିତ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିପାରେ । ଆଉ ସେ ଆସନଟି ଚାନ୍ଦବାଲିରୁ ହୋଇପାରେ । ତାର କାରଣ ହେଉଛି ୨୦୦୯ ମସିହାର ଯେବେ ସୀମା ପୂର୍ବ ନିର୍ଦ୍ଧାରଣ ହେଲା ସେତେବେଳେ ଧାମନଗରର କିଛି ପଞ୍ଚାୟତ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ମିଶିଗଲା । ଏ ସବୁ ସେହି ପଞ୍ଚାୟତ ଯେଉଁଠୁ ଅମିତ ମଲ୍ଲିକଙ୍କ ବାପା ମାନସ ମଲ୍ଲିକଙ୍କୁ ବିପୁଳ ଜନସମର୍ଥନ ମିଳିଥିଲା । ତେଣୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଅମିତଙ୍କ ପରିବାରର ଏକ ପକେଟ ଭୋଟ ରହିଛି । ସେଭଳି ଯଦି ଚାନ୍ଦବାଲି କଥା ଦେଖିବା ସେଠାରେ ଗଲା ୧୦ ବର୍ଷ ଧରି ଧରି ବ୍ୟୋମକେଶ ରାୟ ବିଧାୟକ ଭାବେ ରହିବା ପରେ ସତ୍ତା ବିରୋଧୀ ସ୍ରୋତ ସୃଷ୍ଟି ହେଉଛି ।

ଯଦିଓ ବିଜୁ ଜନତା ଦଳର ଅନେକ କର୍ମୀ ବ୍ୟୋମକେଶଙ୍କ ସହ ଅଛନ୍ତି କିନ୍ତୁ ଏକ ଅଣ୍ଡରକରେଣ୍ଟ କାମ କରୁଛି ଯାହା ବିଧାୟକଙ୍କ ପାଇଁ ଅଡ଼ୁଆ ସ୍ଥିତି କରିପାରେ । ଅନ୍ୟପକ୍ଷରେ ଯଦି ବିଜେଡିର ଫର୍ମୁଲା ଦେଖିବା ଯେଉଁ ନେତାଙ୍କ ଟିକେଟ ବିଜେଡି କାଟିବା ପାଇଁ ଚାହେଁ ନାହିଁ ସେହି ନେତାଙ୍କ ସିଟକୁ ଅଦଳବଦଳ କରିଦିଏ । ଯାହା ଦ୍ୱାରା ଦଳ ଉପରେ ପ୍ରଭାବ ପଡ଼େ ନାହିଁ ନୂଆ ଚେହେରା ବିଜେଡି ଟିକେଟରେ ସହଜରେ ଜିତି ଆସିପାରନ୍ତି । ପୂର୍ବରୁ ଅନେକ ଜାଗାରେ ବିଜେଡି ଏହି ଫର୍ମୁଲା କରି ସଫଳ ମଧ୍ୟ ହୋଇଛି । ଏ କଥା ସମସ୍ତେ ଜାଣନ୍ତି, ବ୍ୟୋମକେଶ ରାୟ ବିଜେଡିରେ ଯେତିକି କ୍ଷମତାଶାଳୀ ତାଙ୍କ ଟିକେଟ କଟିବାର ସମ୍ଭାବନା କମ୍ । ତେବେ ବିଜେଡି ତାଙ୍କ ଆସନ ବଦଳାଇ ପାରେ ଏଭଳି ସଙ୍କେତ ସାମ୍ନାକୁ ଆସୁଛି । ଆଉ ନୂଆ ଚେହେରା ଭାବରେ ଅମିତଙ୍କୁ ଚାନ୍ଦବାଲି ପଠାଯାଇ ପାରେ । ବିଜୁ ଜନତା ଦଳର ଗ୍ରାଉଣ୍ଡ ଲେଭଲର କର୍ମୀ ଏବେ ବି ଏହାକୁ ନେଇ ସନ୍ଦେହ ଭିତରେ ଅଛନ୍ତି । କେହି କେହି ଏକଥା ବି କହୁଛନ୍ତି ଯେ ଭୁବନେଶ୍ୱର ରାଜନୀତିରେ ଅମିତ ସକ୍ରିୟ ଅଛନ୍ତି କିନ୍ତୁ ଚାନ୍ଦବାଲିରେ ତାଙ୍କର ବିଶେଷ କୌଣସି ସକ୍ରିୟତା ନାହିଁ । ତେବେ ଏକଥା ବି ସତ ବ୍ୟୋମକେଶ ରାୟ ୨୦୧୪ ମସିହାରେ ଟିକଟ ପାଇବା ପୂର୍ବରୁ ତାଙ୍କର ମଧ୍ୟ ଚାନ୍ଦବାଲିରେ କୌଣସି ସକ୍ରିୟତା ନଥିଲା । ସେ କଟକ ଛାତ୍ର ରାଜନୀତି ଭିତରେ ସକ୍ରିୟ ଥିଲେ । ଚାନ୍ଦବାଲି ଚର୍ଚ୍ଚା ଭିତରେ ବି ତାଙ୍କ ନାଁ ନଥିଲା । ତଥାପି ଦଳ ତାଙ୍କୁ ଟିକେଟ ଦେଇଦେଲା । ସେ ଥରେ ନୁହେଁ ଦୁଇ ଦୁଇ ମଧ୍ୟ ଜିତିସାରିଲେଣି । ତେଣୁ ବିଜେଡି ରାଜନୀତିରେ ସବୁ ସମ୍ଭବ । ଯିଏ ଟିକେଟ ପାଇବ, କର୍ମୀ ତାଙ୍କର, ଯିଏ ଟିକେଟ ପାଇବ ବିଜେଡିର ସମର୍ଥନ ସେ ହାତେଇବ ଏଥିରେ କୌଣସି ସନ୍ଦେହ ନାହିଁ । ଅନ୍ୟପକ୍ଷରେ ଚାନ୍ଦବାଲି ରାଜନୀତିର କିଛି ବଡ଼ ନେତାଙ୍କ ଭିତରେ ବ୍ୟୋମକେଶ ରାୟଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ରହିଛି । ଯଦିଓ ସେମାନେ ଖୁଲମଖୁଲା ଅସନ୍ତୋଷ ବ୍ୟକ୍ତ କରିପାରୁ ନାହାନ୍ତି ସ୍ଥିତି ଦେଖି ଚୁପ ବସିଛନ୍ତି କିନ୍ତୁ ସେମାନେ ଚାହାନ୍ତି ବ୍ୟୋମକେଶଙ୍କ ଟିକେଟ କଟୁ । ଯେଉଁ ଖବର ବିଜେଡିର ହାଇ କମାଣ୍ଡ ପାଖରେ ମଧ୍ୟ ପହଞ୍ଚିଛି ।

ନିର୍ବାଚନରେ ଯଦି ବଡ଼ ବଡ଼ ନେତାମାନେ ଟିକେ ଏପଟ ସେପଟ କରିବେ ତାହାଲେ ଏହା ଦଳକୁ ଅଡୁଆରେ ପକାଇପାରେ । କାରଣ ଚାନ୍ଦବାଲିର ବିଜେପିରୁ ଲଢୁଛନ୍ତି ଖୋଦ ରାଜ୍ୟ ସଭାପତି ମନମୋହନ ସାମଲ । ତେଣୁ ସେ ଆସନକୁ ନେଇ ବିଜେଡି ସାମନ୍ୟ ବି ଢିଲା ଦେଖାଇବ ନାହିଁ । ସେହି ଚିତ୍ର ଉପରେ ଆଉ ଥରେ କଥା । ସେହି ଚିତ୍ରଟି ହେଉଛି ଅଜୟ ନାୟକ ଓ ଅମିତ ମଲ୍ଲିକଙ୍କର । ଅଜୟ ନାୟକ ଚାନ୍ଦବାଲି ତିହିଡ଼ି ରାଜନୀତିର ଏକ ଚର୍ଚ୍ଚିତ ନାଁ ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ଭାଇ । ବଡ଼ ପରିଚୟ ହେଉଛି ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ନିଜ ମାମୁଁ । ସେ ଅମିତଙ୍କୁ ଫୁଲ ତୋଡା ଦେବା ହୁଏତ ରାଜନୈତିକ ସୌଜନ୍ୟତା ହୋଇଥାଇପାରେ । କିନ୍ତୁ ଏହା ଚର୍ଚ୍ଚା ହେଉଛି ତାଙ୍କର ମଧ୍ୟ ଅମିତ ମଲ୍ଲିକଙ୍କ ପ୍ରତି ଭିତିରିଆ ସମର୍ଥନ ରହିଛି ।

Leave A Reply

Your email address will not be published.