Masthead

ଚିନ୍ତା ବଢାଉଛି ଚକଡା ପୋକ

ଚନ୍ଦାହାଣ୍ଡି, ( ବଡ଼ ଖବର ବ୍ୟୁରୋ), ଲଘୁଚାପ ସାଙ୍ଗକୁ ଲଗାଣ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ । କେବଳ ଏତିକି ନୁହେଁ ଲଘୁଚାପ ପରେ ଚକଡା ପୋକ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛନ୍ତି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଚକଡା ପୋକ ଲାଗି ଉଜାଡ଼ି ଦେଇଛି ଚାଷୀଙ୍କ ସୁଖ ସପନ । ଧାରକରଜ କରି ଚାଷ କରିଥିବା ଚାଷୀ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଋଣ କରି ଚାଷ କରିଥିବା ଚାଷୀ ଋଣ କିପରି ସୁଝିବେ ତାହାକୁ ନେଇ ଘୋର ଚିନ୍ତାରେ। ଚନ୍ଦାହାଣ୍ଡି କୃଷି ଅଧିକାରୀଙ୍କ ସୂଚନାନୁସାରେ, ଚନ୍ଦାହାଣ୍ଡି ବ୍ଲକରେ ସର୍ବମୋଟ୪୨ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଇଛି । ସେଥିରୁ ବ୍ଳକର ୧୪ ଜଣ ଚାଷୀଙ୍କ ସର୍ଵମୋଟ ୨୫.୩୩ ହେକ୍ଟର ଜମିରେ ଚକଡା ପୋକ ଲାଗି ଧାନ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଏବେ ଧାନଗଛ ମରିକି ପାଳ ପାଲଟି ଯାଇଛି ।

କେତେକ ଚାଷୀ ନିରାଶ ହୋଇ ଜମିରେ ଗାଇଵଳଦ ଖୁଆଇ ଦେଲେଣି। ଏ ସଂପର୍କରେ ଗମ୍ଭାରୀଗୁଡା ପଞ୍ଚାୟତର ଚାଷୀ ଅସଲ ଗୌଡ କହିଛନ୍ତି, ସେ ଗାଁ ସାହୁକାର ଠାରୁ ୫୦ ହଜାର ଟଙ୍କା କରଜ ଆଣି ତାଙ୍କ ୩ ଏକର ଜମିରେ ଧାନଚାଷ କରିଥିଲେ । ଚକଡାପୋକ ଲାଗି ତାଙ୍କ ଧାନଫସଲ ସବୁ ନଷ୍ଟ ହୋଇଯାଇଛି । ସେ ଜମିରେ ଗାଇଗୋରୁଙ୍କୁ ଛାଡି ଦେଇଛନ୍ତି । ବର୍ତ୍ତମାନ ସେ କିପରି ସାହୁକାରଙ୍କ ଋଣ ପରିଶୋଧ କରିବେ ତାହାକୁ ନେଇ ଚିନ୍ତିତ। ଏ ସଂପର୍କରେ ଚନ୍ଦାହାଣ୍ଡି ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ ବାଗଙ୍କୁ ଜଣାଇବା ପରେ ସେ ଆସି ସମସ୍ତ ଚାଷୀଙ୍କ ଜମି ପରିଦର୍ଶନ କରି ଏହାର ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ପାଖକୁ ପଠାଇଥିବା ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ