Masthead

ଚିନ୍ତା ବଢାଉଛି ଚକଡା ପୋକ

ଚନ୍ଦାହାଣ୍ଡି, ( ବଡ଼ ଖବର ବ୍ୟୁରୋ), ଲଘୁଚାପ ସାଙ୍ଗକୁ ଲଗାଣ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ । କେବଳ ଏତିକି ନୁହେଁ ଲଘୁଚାପ ପରେ ଚକଡା ପୋକ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛନ୍ତି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଚକଡା ପୋକ ଲାଗି ଉଜାଡ଼ି ଦେଇଛି ଚାଷୀଙ୍କ ସୁଖ ସପନ । ଧାରକରଜ କରି ଚାଷ କରିଥିବା ଚାଷୀ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଋଣ କରି ଚାଷ କରିଥିବା ଚାଷୀ ଋଣ କିପରି ସୁଝିବେ ତାହାକୁ ନେଇ ଘୋର ଚିନ୍ତାରେ। ଚନ୍ଦାହାଣ୍ଡି କୃଷି ଅଧିକାରୀଙ୍କ ସୂଚନାନୁସାରେ, ଚନ୍ଦାହାଣ୍ଡି ବ୍ଲକରେ ସର୍ବମୋଟ୪୨ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଇଛି । ସେଥିରୁ ବ୍ଳକର ୧୪ ଜଣ ଚାଷୀଙ୍କ ସର୍ଵମୋଟ ୨୫.୩୩ ହେକ୍ଟର ଜମିରେ ଚକଡା ପୋକ ଲାଗି ଧାନ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଏବେ ଧାନଗଛ ମରିକି ପାଳ ପାଲଟି ଯାଇଛି ।

କେତେକ ଚାଷୀ ନିରାଶ ହୋଇ ଜମିରେ ଗାଇଵଳଦ ଖୁଆଇ ଦେଲେଣି। ଏ ସଂପର୍କରେ ଗମ୍ଭାରୀଗୁଡା ପଞ୍ଚାୟତର ଚାଷୀ ଅସଲ ଗୌଡ କହିଛନ୍ତି, ସେ ଗାଁ ସାହୁକାର ଠାରୁ ୫୦ ହଜାର ଟଙ୍କା କରଜ ଆଣି ତାଙ୍କ ୩ ଏକର ଜମିରେ ଧାନଚାଷ କରିଥିଲେ । ଚକଡାପୋକ ଲାଗି ତାଙ୍କ ଧାନଫସଲ ସବୁ ନଷ୍ଟ ହୋଇଯାଇଛି । ସେ ଜମିରେ ଗାଇଗୋରୁଙ୍କୁ ଛାଡି ଦେଇଛନ୍ତି । ବର୍ତ୍ତମାନ ସେ କିପରି ସାହୁକାରଙ୍କ ଋଣ ପରିଶୋଧ କରିବେ ତାହାକୁ ନେଇ ଚିନ୍ତିତ। ଏ ସଂପର୍କରେ ଚନ୍ଦାହାଣ୍ଡି ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ ବାଗଙ୍କୁ ଜଣାଇବା ପରେ ସେ ଆସି ସମସ୍ତ ଚାଷୀଙ୍କ ଜମି ପରିଦର୍ଶନ କରି ଏହାର ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ପାଖକୁ ପଠାଇଥିବା ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ