Masthead

ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର, ସାଢ଼େ ୨ରେ ୪୩ ଟପିଲା ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର । ସାଢ଼େ ୨ରେ ୪୩ ଟପିଲା ଭୂବନେଶ୍ୱର ତାପମାତ୍ରା । ଚଳିତ ସିଜିନର ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ପକ୍ଷରୁ ସୂଚନା । ଦିନ ସାଢ଼େ ୨ଟା ସୁଦ୍ଧ ୪୩.୮ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ । ବାଲେଶ୍ୱର ୪୦.୭, ଚାନ୍ଦବାଲି ୪୦.୪, କେନ୍ଦୁଝର ୩୮ ଡିଗ୍ରୀ । ବାଲେଶ୍ୱରରେ ୪୦.୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ଗୋପାଳପୁରରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୬ ଡିଗ୍ରୀ, ଝାରସୁଗୁଡାରେ ୩୬.୨ ଡିଗ୍ରୀ, ପାରାଦୀପରେ ୩୫.୪ ଡିଗ୍ରୀ, ହୀରାକୁଦରେ ୩୪.୮ ଡିଗ୍ରୀ ।

ରାଉରକେଲାରେ ୩୪.୪ ଓ ପୁରୀର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି। ପୂର୍ବରୁ ଅର୍ଥାତ ଏପ୍ରିଲ ୫ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ତା’ପରେ ଅର୍ଥତ ଗତ୧୮ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ଦିନ ସାଢ଼େ ୨ଟାରେ ସବୁ ରେକର୍ଡକୁ ଭାଙ୍ଗିଛି ଭୁବନେଶ୍ୱର। ଅସମ୍ଭାଳ ତାତି ଯୋଗୁ ଅସ୍ତବ୍ୟସ୍ତ ଜୀବନ ଯାତ୍ରା। ଶୂନ୍‌ଶାନ୍‌ ହୋଇଛି ଭୁବନେଶ୍ୱରର ରାଜରାସ୍ତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା