Masthead

ପେଟ ପାଇଁ ପାଞ୍ଚ ଶହ କିଲୋମିଟର ଚାଲିଲେ ଦମ୍ପତ୍ତି

ସହାୟତାର ହାତ ବଢାଇଲେ 'ବଡ଼ ଖବର' ପ୍ରତିନିଧି

ଖଇରପୁଟ(ବଡ଼ ଖବର ବ୍ୟୁରୋ): ୫ ଶହ କିଲୋମିଟର ଯାତ୍ରା ଭୋକ ପାଇଁ , ଭୟ ପାଇଁ । ଏ କାହାଣୀ ଏମିତି ଏକ ଦମ୍ପତ୍ତିଙ୍କର ଯେ ଗଲା ୪ ମାସ ହେବ ଚାଲୁଛନ୍ତି ଯେ ଚାଲୁଛନ୍ତି । ହାଇଦ୍ରାବାଦରୁ ଓଡିଶା । କରୋନା ଦେଖାଇଛି ଏମାନଙ୍କୁ ଏହି ଦୁଃଖଦ ସମୟ । ଯେଉଁଠି ସରୁନଥିଲା ପଥ କି ମିଳୁନଥିଲା ଖାଇବା ପାଇଁ ଦାନ । କୋରାପୁଟ ବୋରିଗୁମ୍ମାର ଏହି ଦାଦନ ଦମ୍ପତ୍ତିଙ୍କୁ ସହାୟତାର ହାତ ବଢାଇଛନ୍ତି ଆମ ବଡ ଖବରର ଖଇରପୁଟ ପ୍ରତିନିଧି । ପେଟ ପାଇଁ ନାଟ । ନିଜ ଘରକୁ ଫେରିବା ପାଇଁ ସୁଦୂର ହାଇଦ୍ରାବାଦରୁ ଖଇରପୁଟ ଯାତ୍ରା । ଦୀର୍ଘ ୪ ମାସ ଧରି ଚାଲି ଚାଲି ଘରକୁ ଫେରିବାକୁ ପ୍ରୟାସ ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳର ଦମ୍ପତ୍ତି ଲକ୍ଷ୍ମଣ ପୂଜାରୀ ଓ ପଦ୍ମା ପୂଜାରୀ । ନିଜ ବର୍ଷକର ଝିଅକୁ ଧରି ହାଇଦ୍ରାବାଦରୁ ଚାଲି ଚାଲି ଆସି ଆଜି ମାଲକାନଗିରି ଖଇପୁରଟରେ ପହଞ୍ଚିଛନ୍ତି । ୮ ବର୍ଷ ପୂର୍ବେ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ । ସେଠାରେ ଜଣେ ଦଲାଲ ପାଖରେ କାମ କରୁଥିଲେ । ମାତ୍ର ସେମାନଙ୍କୁ କେବଳ ଖାଇବା ଓ ରହିବାର ସୁବିଧା ଯୋଗାଇଥିଲା ମାଲିକ । ହେଲେ କୌଣସି ପାରିଶ୍ରମିକ ଦେଉନଥିଲେ । ପରବର୍ତ୍ତୀ ସମୟରେ ଦଲାଲ ଏହି ଦମ୍ପତ୍ତିଙ୍କୁ ଅନ୍ୟ ଜଣଙ୍କ ପାଖରେ ବିକ୍ରି କରିଥିବା ଜାଣିବାକୁ ପାଇଥିଲେ । ପରେ କୌଶଳ କ୍ରମେ ଏମାନେ ସେଠାରୁ ଖସି ଆସିଥିଲେ । ପରେ ଅର୍ଥ ଅଭାବ ଯୋଗୁଁ ୪ ମାସ ହେବ ଚାଲି ଚାଲି ଘରକୁ ଆସିବାକୁ ଚେଷ୍ଟା କରୁଛନ୍ତି । ଚାଲି ଚାଲି ଆସିବା ରାସ୍ତାରେ ଯେଉଁ ସହୃଦୟ ବ୍ୟକ୍ତି ତାଙ୍କୁ ଯାହା ସହଯୋଗ କରନ୍ତି ତାହା ଗ୍ରହଣ କରି ପୁଣି ଯାତ୍ରା କରନ୍ତି ଏହି ଦମ୍ପତ୍ତି । କୌଣସି ସ୍ଥାନରେ ଏମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ ମିଳିନଥିବା ସେ କହିଛନ୍ତି ।

ଆଜି ଏହି ଦମ୍ପତ୍ତିଙ୍କ ମାଲକାନଗିରି ଖିରପୁଟ ଅଞ୍ଚଳରେ ପହଞ୍ଚିଥିବା ବେଳେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ଆମ ପ୍ରତିନିଧି ଆନନ୍ଦ ଚାର୍କି । ଏହି ଅସହାୟ ଦମ୍ପତ୍ତିଙ୍କ ଖାଇବାକୁ ଦେବା ସହ ତାଙ୍କ ସମସ୍ୟା ବୁଝି ବସ୍ ଯୋଗେ ତାଙ୍କ ଗାଁକୁ ପଠାଇଛନ୍ତି । ପେଟରେ ଭୋକ ଓ ଛାତିରେ କୋହକୁ ସମ୍ଭାଳି ସୁଦୂର ହାଇଦ୍ରାବାଦରୁ ମାଲକାନଗିରିର ଖଇରପୁଟକୁ ଯାତ୍ରା କରିଛନ୍ତି ଦମ୍ପତ୍ତି । ଏହି ଅସହାୟ ଦମ୍ପତ୍ତିଙ୍କ ସ୍ୱର ସାଜିଛି ବଡ ଖବର । କେବଳ ସାମ୍ବାଦିକତା ନୁହେଁ ମାନବିକତା ଦେଖାଇଛନ୍ତି ବଡ ଖବରର ପ୍ରତିନିଧି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ