Masthead

ପିଡିଏସ୍ ଚାଉଳ ଚାଲାଣ ବେଳେ ଧରିଲେ ଗ୍ରାମବାସୀ

ପଡ଼ିଆ, (ବଡ଼ ଖବର ବ୍ୟୁରୋ): ମାଲକାନାଗିରି ଜିଲ୍ଲା ପଡିଆ ବ୍ଲକ ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୬୦ ଗ୍ରାମରୁ ପିଡିଏସ୍ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ଏମ୍ ଭି ୧୧୬ ଗ୍ରାମବାସୀ ଗାଡିକୁ ଅଟକାଇଛନ୍ତି । ପରେ ଏହାକୁ ଯୋଗାଣ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଗତ ମଙ୍ଗଳବାର ଅପରାହ୍ନରେ ଏମଭି୬୦ର ଜଣେ ବ୍ୟକ୍ତି ଓଡି ୩୦ ୫୬୩୭ ନମ୍ବର ମିନି ଟ୍ରକରେ ପ୍ରାୟ ୧୩୦ ବସ୍ତା ଚାଉଳ ମାଲକାନଗିରି ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ। ଖବର ପାଇ ଏମ ଭି ୧୧୬ ଗ୍ରାମବାସୀ ଶିମିଳିବାଞ୍ଛା – ଉଣ୍ଡୁରୁକୋଣ୍ଡା ମୁଖ୍ୟ ରାସ୍ତାରେ ଏହି ମିନି ଟ୍ରକକୁ ଅଟକାଇ ଯୋଗାଣ ବିଭାଗକୁ ଖବର ଦେଇଥିଲେ । ସନ୍ଧ୍ୟାରେ ଯୋଗାଣ ବିଭାଗ ପକ୍ଷରୁ ଏକାଧିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଗାଡ଼ିକୁ ଏମଭି ୬୨ ଗ୍ରାମକୁ ନିଆଯାଇ ଘଟଣାର ତଦନ୍ତ ଜାରି ରହିଛି।

ଦିନ ଦ୍ୱିପହରେ ଶହ ଶହ ବସ୍ତା ପିଡିଏସ୍ ଚାଉଳ କେଉଁଠାରୁ ଓ କିଭଳି ଚାଲାଣ ହେଉଥିଲା ସାଧାରଣାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାର ନିରପେକ୍ଷ ତଦନ୍ତ ସହ ଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ଶିମିଳିବାଞ୍ଛା ଅଞ୍ଚଳରୁ ଚାଉଳ ଚାଲାଣ ହୋଇଥିଲେ ମଧ୍ୟ ଏଥିରେ ପଞ୍ଚାୟତର କୌଣସି ସମ୍ପର୍କ ନାହିଁ । ସ୍ଥାନୀୟ ବ୍ୟବସାୟୀ ପଞ୍ଚାୟତ ବାହାରୁ ଚାଉଳ କିଣି ଚାଲାଣ କରୁଥିବା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦୁର୍ଯ୍ୟୋଧନ ନାୟକ କହିଛନ୍ତି। ଅନ୍ୟପଟେ ପିଡିଏସ୍ ଚାଉଳକୁ ଅନେକ ସମୟରେ ବିଭାଗୀୟ ଅଧିକାରୀ ଓ ବ୍ୟବସାୟୀ ହଡପ କରୁଥିବା ଅଭିଯୋଗ ହୋଇଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ