Masthead

ଓଡ଼ିଶା ମଇଦାନରେ ହେଭିୱେଟ ଫାଇଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରଚାର । ଦଳୀୟ କର୍ମୀଙ୍କ ସହ ସମର୍ଥକଙ୍କୁ ଧରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ନିର୍ବାଚନ ପ୍ରଚାରରେ ମଇଦାନ କମ୍ପୁଥିବାବେଳେ ଆଜି ସନ୍-ଡେ’ ହେବାକୁ ଯାଉଛି ସୁପର ସନ୍-ଡେ’ । କାରଣ ଆଜି ଓଡ଼ିଶା ରାଜନୀତି ଏବଂ ଜନତା ଦେଖିବେ ହେଭିୱେଟ ଫାଇଟ୍ । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ଏବଂ କଂଗ୍ରେସର ଦୁଇ ମହାନାୟକ । ଓଡ଼ିଶାରେ ସରକାର ବଦଳାଇବାକୁ ରାଜ୍ୟବାସୀଙ୍କୁ କରିବେ ଅହ୍ୱାନ । ତେଣୁ ଆଜି ଓଡ଼ିଶାରେ ଏହି ଦୁଇ ହେଭିୱେଟଙ୍କ ପ୍ରଚାର ରାଜ୍ୟ ରାଜନୀତିର ସମୀକରଣ ନୂଆ ଜୋସ୍ ଭରିବ ବୋଲି ଆଶା ରଖିଛନ୍ତି ସମର୍ଥକ ।

ଭୋଟରଙ୍କ ମନ ଜିତିବା ପାଇଁ କସରତ ଆରମ୍ଭ କରି ସାରିଲେଣି ପ୍ରାର୍ଥୀ ଏବଂ ପ୍ରଚାରକ । ବିଭିନ୍ନ ସଭା, ସମାରୋହ କରି ଜନତାଙ୍କ ହୃଦୟରେ ଜାଗା ପାଇବାକୁ ଜାରି ରହିଛି ଚେଷ୍ଟା । ଓଡ଼ିଶାରେ ବିଜେଡି ଶାସନ ବିରୋଧରେ କମ୍ପିବ ସ୍ୱର । ଏଥର ନିର୍ବାଚନରେ ନିଜ ଦଳର ସମର୍ଥନ ଏକଜୁଟ କରିବା ସହ ଓଡ଼ିଶାରେ ନୂଆ ସରକାର ଗଠନ କରିବା ପାଇଁ ଅସ୍ତ୍ର ପ୍ରୟୋଗ କରିଛି ବିଜେପି । ଆଜି ଅପରାହ୍ନ ସାଢେ୪ଟାରେ ଜେପି ନଡ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ଯିବେ । ଭୁବନେଶ୍ୱର ପହଞ୍ଚି ପରେ ନଡ୍ଡା ସିଧା ସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ।

ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା। ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ତେବେ ନଡ୍ଡା ବ୍ରହ୍ମପୁରରେ ରାତ୍ରି ରହଣୀ କରି ପର ଦିନ ସକାଳେ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି। ଦିନକ ତଳେ ସୋନପୁର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନବୀନ ସରକାରକୁ ସିଧାସଳଖ ନିଶାନା କରିଥିବାରୁ ଆଜି ନଡ୍ଡା କଣ କହୁଛନ୍ତି ତା ପରେ ସମସ୍ତଙ୍କ ନଜର ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ