Masthead

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮୨ ପ୍ରତିଶତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ପ୍ରକାଶ କଲେ ୨୦୨୨-୨୩ ଆର୍ଥିକ ବର୍ଷ ର ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ସ୍ଥିର ରହିଥିବା ରିପୋର୍ଟ ରେ ଉଲ୍ଲେଖ । ବର୍ତ୍ତମାନ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮୨ ପ୍ରତିଶତ ରହିଛି । ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୦ ପ୍ରତିଶତ ରହିଥିବା ଉଲ୍ଲେଖ । ରାଜ୍ୟର ଅଭିବୃଦ୍ଧି ହାର ୨୦୨୧-୨୨ ଆର୍ଥିକ ବର୍ଷରେ ୧୧.୫ ପ୍ରତିଶତ । ସେହିପରି ରାଜ୍ୟର ମୁଣ୍ଡ ପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ଥିବା ବେଳେ ଦେଶରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୭୦ ହଜାର ୬୨୦ ରହିଛି । ସେହିପରି ୨୦୧୫-୧୬ ରେ ରାଜ୍ୟର ମୁଣ୍ଡ ପିଛା ଆୟ ୬୪ ହଜାର ୮୩୫ ଥିଲା ।

ଦେଶ ଓ ରାଜ୍ୟର ମୁଣ୍ଡ ପିଛା ଆୟର ତାରତମ୍ୟ ରେ ୨୦୧୫-୧୬ ରେ ୩୨ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୧୨ ପ୍ରତିଶତ କୁ ଖସିଛି । ବର୍ତ୍ତମାନ ରାଜ୍ୟର ମୁଦ୍ରାସ୍ପିତି ୬.୫୬ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ୬.୯୫ ପ୍ରତିଶତ ଓ ସହରାଞ୍ଚଳରେ ୫.୫୨ ପ୍ରତିଶତ ରହିଛି । ସେହିପରି ରାଜ୍ୟର ବିତ୍ତିୟ ନିଅଣ୍ଟ ୨.୮ ପ୍ରତିଶତ ରହିଛି ଯାହାକି ୨୦୨୧-୨୨ ରେ ୦.୪ ପ୍ରତିଶତ ଥିଲା । ବର୍ତ୍ତମାନ ରାଜ୍ୟର ରଜସ୍ବ ନିଅଣ୍ଟ ରହିଛି ୨.୩୮ ପ୍ରତିଶତ ରହିଛି ଳ ୨୦୨୧-୨୨ ରେ ରଜସ୍ବ ନିଅଣ୍ଟ ଥିଲା ୩.୧୮ ପ୍ରତିଶତ ।

ସେହିପରି ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨୦୨୨-୨୩ ରେ ୬.୦ ପ୍ରତିଶତ ରହିଛି ଯାହାକି ୨୦୨୧-୨୨ ରେ ୨.୦୪ ପ୍ରତିଶତ । ରାଜ୍ୟର ଅଭିବୃଦ୍ଧି ରେ ଶିଳ୍ପ ଓ ସେବା କ୍ଷେତ୍ର ଇଞ୍ଜିନି ସାଜିଛି ବୋଲି ରିପୋର୍ଟରେ ଉଲ୍ଲେଖ । ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତି କରଣ, ସହରାଞ୍ଚଳ ବିକାଶ, ପାନୀୟ ଜଳ, ଶିଶୁ ସୁରକ୍ଷା କ୍ଷେତ୍ରରେ ଆଖି ଦୃଶିଆ ପରିବର୍ତ୍ତନ ଆସିଥିବା ରିପୋର୍ଟରେ ଦର୍ଶାଇଛନ୍ତି ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି