Masthead

ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ବନ୍ଦେ ଭାରତ ମେଟ୍ରୋ ସେବା

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରନକୁ ସଫଳତା ମିଳିବା ପରେ ଏବେ ଦେଶରେ ବନ୍ଦେ ମେଟ୍ରୋ ଯୋଜନା ଆରମ୍ଭ ହେବାକୁ ଯାଉଛି । ରେଳବାଇର ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ୨୦୨୪ ଜୁଲାଇ ମାସ ସୁଦ୍ଧା ବନ୍ଦେ ଭାରତ ଏହାର ଟ୍ରାଏଲ ରନ୍ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଖୁବ୍ ଶୀଘ୍ର ମେଟ୍ରୋ ସେବା ଯୋଗାଇ ଦିଆଯିବା ନେଇ ଯୋଜନା କରାଜାଇଛି । ଏହାର ପରୀକ୍ଷା ଆଉ ଦୁଇ ମାସ ମଧ୍ୟରେ ଆରମ୍ଭ ହେବ । ଯାତ୍ରୀଙ୍କ ସୁବିଧା ନିମନ୍ତେ ଏଥିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ଡିଜାଇନ୍ କରାଯାଇଛି ।

ମେଟ୍ରୋ ସେବା ଆରମ୍ଭ ହେବା ଦ୍ୱାରା ଖୁବ କମ ସମୟରେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରିପାରିବେ । ମେଟ୍ରୋରେ ସ୍ୱୟଂଚାଳିତ କବାଟ, ଶୀତତାପ ନିୟନ୍ତ୍ରଣ, ଉଚ୍ଚ ଆରାମ ସାଙ୍ଗକୁ ଏଥିରେ ଅନେକ ଫିଚର୍ସ ମିଳିବ ଯାହା ବର୍ତ୍ତମାନ  ମେଟ୍ରୋ ଟ୍ରେନରେ ଉପଲବ୍ଧ ନାହିଁ । ଏହାର ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ରହିବ । ଏହି ଟ୍ରେନରେ ୧୨ଟି କୋଚ୍ ରହିବ । ସର୍ବାଧିକ ୧୬ଟି କୋଚ୍ ରହିପାରିବ । ଏହି ମେଟ୍ରୋ ଟ୍ରେନ୍ ୧୨୪ଟି ସହରକୁ ସଂଯୋଗ କରିବ । ଯେଉଁଥିରେ- ଲକ୍ଷ୍ନୌ-କାନପୁର, ଆଗ୍ରା-ମଥୁରା । ଦିଲ୍ଲୀ-ରେୱାରୀ, ଭୁବନେଶ୍ୱର-ବାଲେଶ୍ୱର, ଏବଂ ତିରୁପତି-ଚେନ୍ନାଇ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ