Masthead

କର୍ଣ୍ଣାଟକରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ବେଲାଗାଭିରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଯେଉଁ ସଭାରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଆମେ ସମସ୍ତେ ଛତ୍ରପତି ଶିବାଜୀ ମହାରାଜଙ୍କୁ ବିଶ୍ବାସ କରୁଥିବା ଲୋକ । ଛତ୍ରପତି ମହାରାଜା ହେଉଛନ୍ତି ଜଣେ ଏଭଳି ବେକ୍ତିତ୍ୱ ଯିଏକି ଶକ୍ତିଶାଳୀ ଭାରତ ଗଠନ ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ । ଭାରତ ଦଶ ବର୍ଷ ମଧ୍ୟରେ ବହୁ ଶକ୍ତିଶାଳୀ ହୋଇଛି । କିନ୍ତୁ ତାଙ୍କୁ ଛତ୍ରପତି ଶିବାଜୀ ମହାରାଜ, ରାଣୀ ଚିନ୍ନମାଙ୍କ ଭଳି ଶାସକଙ୍କ ସୁଶାସନ କଥା କଂଗ୍ରେସର ମନେ ନାହିଁ ।

ସେମାନଙ୍କ ଅବଦାନ ବିଷୟରେ କଂଗ୍ରେସ ଶେହଜାଦା କହିପାରୁନାହାନ୍ତି । ନବାବ, ନିଜାମ, ସୁଲତାନ, ଏବଂ ବାଦଶାହ କିପରି ଭାରତୀୟଙ୍କୁ ଅତ୍ୟାଚାର କରିଥିଲେ, ଔରଙ୍ଗଜେବ ହିନ୍ଦୁ ମନ୍ଦିର ଲୁଣ୍ଠନ କରିଥିଲେ ସେକଥା କଂଗ୍ରେସ ମନେ ରଖିନାହିଁ । ସେ ଅତ୍ୟାଚାର ବାବଦରେ କଂଗ୍ରେସ ମୁହଁ ଖୋଲିପାରୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି। ସେ ଆହୁରି କହିଛନ୍ତି, ଏପରି କହି କଂଗ୍ରେସ ଶେହଜାଦା ହିନ୍ଦୁ ରାଜା-ମହାରାଜାମାନଙ୍କୁ ଅପମାନିତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ