Masthead

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଗାମୀ ଜୁନ୍‌-୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍‌ ଖେଳିବ ଟିମ୍‌ ଇଣ୍ଡିଆ । ତେବେ ଦୀର୍ଘ ସମୟର ଚର୍ଚ୍ଚା ଆଲୋଚନା ପରେ ବି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳ ଉପ-ଅଧିନାୟକ ପଦରେ ରଖିଛି । ଏହାସହ ଶିଭମ ଦୁବେଙ୍କୁ ମଧ୍ୟ ବିଶ୍ୱକପ୍ ଦଳରେ ସ୍ଥାନ ମିଳିଛି ।

ସେହିପରି ବ୍ୟାଟିଂରେ ରୋହିତ ଶର୍ମାଙ୍କ ସହିତ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ୟ୍ୟ କୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ସ୍ଥାନ ପାଇଛନ୍ତି । ସେହିପରି ବୋଲିଂରେ କୁଲଦୀପ ଯାଦବଙ୍କ ସହ ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ମିଳିଛି । ଏହାବାଦ୍ ଶୁଭମନ୍ ଗିଲ, ରିଙ୍କୁ ସିଂ, ଖଲୀଲ ଅହମ୍ମଦ ଏବଂ ଆଭେସ ଖାନଙ୍କୁ ଷ୍ଟାଣ୍ଡ ବାଏ ଖେଳାଳି ଲିଷ୍ଟରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି