Masthead

ବିଜେଡି ଦେଲା ଗ୍ରୀନ ସିଗନାଲ, ଅନୁଭବ କିଣିଲେ ନାମାଙ୍କନ ପତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖଣ୍ଡପଡ଼ାରୁ ବିଜେଡି ଟିକେଟର ଲଢିବା ନେଇ ସଂକେତ ଦେଲେ ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ । ଖୁବଶୀଘ୍ର ତାଙ୍କ ନାମ ଘୋଷଣା ହୋଇପାରେ ବୋଲି ସୂଚନା। ଅନ୍ୟପଟେ ଚର୍ଚ୍ଚା ହେଉଛି ସ୍ୱାଧୀନ ଲଢ଼ିବେ କି ଅନୁଭବ । ଦଳୀୟ ଟିକେଟ ମିଳିନାହିଁ କିନ୍ତୁ ନାମାଙ୍କନ ଫର୍ମ କିଣି ସାରିଲେଣି ଅନୁଭବ। ଖଣ୍ଡପଡା ଟିକେଟ ଘୋଷଣା ନ ହେଉଣୁ ନାମାଙ୍କନ ପତ୍ର ସୋସିଆଲ ମିଡିଆରେ ଛାଡି କେଉଁ ସଙ୍କେତ ଦେଉଛନ୍ତି ଅନୁଭବ ପଟ୍ଟନାୟକ ? କୁହାଯାଉଛି ଟିକେଟ ମିଳୁ କି ନ ମିଳୁ ନିର୍ବାଚନ ଲଢ଼ିବେ ଅନୁଭବ ପଟ୍ଟନାୟକ ।

ଖଣ୍ଡପଡ଼ାର ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ତରଫରୁ କାଉଣ୍ଟର କରିଆସୁଥିଲେ ଅନୁଭବ । କୁହାଯାଉଛି ସେଥିପାଇଁ ବିଜେଡି କୋଟରୀର ପ୍ରଥମ ପସନ୍ଦ ଅନୁଭବ । ସୌମ୍ୟଙ୍କୁ ବୁଝାସୁଝା ହେଉଥିବା ଚର୍ଚ୍ଚା ଭିତରେ ସେ କିନ୍ତୁ ଗତକାଲି କେନ୍ଦୁଝରରେ ରଖିଥିବା ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହେଉଛି ସେ ଆଉ ବିଜେଡିକୁ ନ ଫେରି ପାରନ୍ତି । ଯାହାଦ୍ୱାରା ସୁଗମ ପଥ ହୋଇଛି ଅନୁଭବଙ୍କ ପାଇଁ । ଯଦି ଅଙ୍କ ବିଗିଡେ ବିଜେଡିକୁ ଦମ ଦେଖାଇପାରନ୍ତି ଅନୁଭବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ