Masthead

ଭାଇଙ୍କ ଏଣ୍ଟ୍ରି ପଡ଼ିବ କି ଭାରି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିରେ ଏବେ ନନା-ନାନୀ ଲଢ଼େଇ । ଚର୍ଚ୍ଚାର କେନ୍ଦ୍ରରେ ବାଲେଶ୍ୱର ସଂସଦୀୟ ବିଜେପି ଓ ବିଜେଡି ପ୍ରାର୍ଥୀ । ଗୋଟେ ଦଳରେ ରହି ଡକା ଡାକି ହେଉଥିଲେ ନନା ଓ ନାନୀ । ଏବେ କିନ୍ତୁ ବନିଯାଇଛନ୍ତି ଉଭୟ ଉଭୟଙ୍କ ପ୍ରତିଦ୍ୱନ୍ଦୀ । ଆରୋପ ପ୍ରତ୍ୟାରୋପରେ ମାତିଛନ୍ତି । ୨୦୨୪ ରଣଭୂମିକୁ ଲଗାଇଛନ୍ତି ଲମ୍ଫ । ଆମେ କହୁଛୁ ଏମପି ଭାବେ ବାଲେଶ୍ୱରରୁ ଶଙ୍ଖରୁ ଟିକେଟ ପାଇଥିବା ଲେଖାଶ୍ରୀ ସାମନ୍ତସିଂହାର ଏବଂ ପଦ୍ମରୁ ଟିକେଟ ପାଇ ଲଢୁଥିବା ପ୍ରତାପ ଷଡଙ୍ଗୀଙ୍କ କଥା । ଦିନେ ଥିଲେ ମିତ୍ର ଆଉ ଏବେ ନିର୍ବାଚନ ମଇଦାନରେ ବନିଗଲେ ଶତ୍ରୁ । ଟିକେଟ ନପାଇ ବିଜେପି ଛାଡି ବିଜେଡିରେ ଯୋଗଦେଇ ବାଲେଶ୍ୱର ସଂସଦୀୟ ପାଇଁ ଲେଖାଶ୍ରୀ ପାଇଲେ ଟିକେଟ । ପୂର୍ବରୁ ବିଜେପି ଘୋଷଣା କାରିଥିବା ମିତ୍ର ତଥା ପ୍ରାର୍ଥୀ ପ୍ରତାପଙ୍କର ହୋଇଗଲେ ଶତ୍ରୁ । ଲୋକେ ଉଭୟ ନେତାଙ୍କୁ ଓଡ଼ିଶା ରାଜନୀତିରେ ଡାକନ୍ତି ନନା ଓ ନାନୀ ।

ବାଲେଶ୍ୱରରେ ଏବେ ଗୋଟେ ଚର୍ଚ୍ଚା ଆମର ଏଠି ଚାଲିଛି ନନା-ନାନୀ ଲଢେଇ । କିଏ କାହା ଉପରେ ପଡିବେ ଭାରି ତାକୁ ନେଇ ଉଭୟ ଉଭୟଙ୍କ ପାଇଁ ବନାଉଛନ୍ତି ରୋଡମ୍ୟାପ । ଏଠୁ ବିଜୟ ହାସଲ କରି କେନ୍ଦ୍ରରେ ମନ୍ତ୍ରୀ ପରିଷଦରେ ସାମିଲ ହୋଇଥିଲେ ସାଂସଦ ତଥା ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ଏବେ ନନାଙ୍କ ପରୀକ୍ଷାର ପାଳି । ସେପଟେ ବିଜେପିରୁ ବିଦ୍ରୋହ କରି ବିଜେଡିରେ ସାମିଲ ହୋଇ ପ୍ରାର୍ଥୀ ବନିଥିବା ନାନୀ ତଥା ଲେଖାଶ୍ରୀ ଦେଉଛନ୍ତି ଅଗ୍ନି ପରିକ୍ଷା । କାହିଁକି ନା ଏହି ଆସନରେ ବିଜୟ ହେବା ଭାରି କଷ୍ଟ । ଇତିହାସକୁ ପଢିଲେ ଅନୁମାନ କରିହେଉଛି ଏଠି ପ୍ରାର୍ଥୀ ହୋଇ ତିଷ୍ଟିବା ଭାରି କଷ୍ଟ । ଏମାନଙ୍କୁ ମଧ୍ୟ କଡା ଫାଇଟ ଦେବା ପାଇଁ କଂଗ୍ରେସରୁ ମଇଦାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଯିଏ କି ବାଲେଶ୍ୱରରେ ଭାଇ ରୂପେ ବେଶ ପରିଚିତ । କୁହାଯାଉଛି ଶ୍ରୀକାନ୍ତ ବିଗାଡି ପାରନ୍ତି ବିଜେଡି-ବିଜେପି ଅଙ୍କ । ଦେଖାଇପାରନ୍ତି ୨୦୦୯ର ଜଲୱା । ନନା-ନାନୀଙ୍କ ଫାଇଟ ଭିତରେ ଛଡାନେଇପାରନ୍ତି ଭାଇ । ଯେହେତୁ ଗୋଟେ ଶିବିରରେ ରହି କାମ କରୁଥିଲେ ଆଉ ଏବେ ସାମ୍ନାସାମ୍ନି ହେଉଛନ୍ତି । ତେବେ ନିର୍ବାଚନରେ ଭୋଟର ସେମାନଙ୍କୁ କେତେ ଗ୍ରହଣ କରୁଛନ୍ତି ତାହା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ