Masthead

ଶେଷ ହେଲା କଚ୍ଛପ କଲ୍ୟାଣ ଅଭିଯାନ

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ଶେଷ ହୋଇଛି ଅସ୍ତରଙ୍ଗ ବେଳାଭୂମି ସଫେଇ ଅଭିଯାନ । ମିଶନ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ପକ୍ଷରୁ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ଗତମାସ ୨୭ ତାରିଖରୁ ଆରମ୍ଭ ହୋଇଥିବା ଅସ୍ତରଙ୍ଗ ବେଳାଭୂମି ସଫେଇ ଅଭିଯାନ ମିଶନ ଦେବୀ କଚ୍ଛପ କଲ୍ୟାଣ ମଙ୍ଗଳବାର ଶେଷ ହୋଇଛି । ଦୀର୍ଘ ଏକ ମାସ ଧରି ଚାଲୁ ରହିଥିବା ଏହି ସଫେଇ କାର୍ଯ୍ୟକ୍ରମ ଦ୍ୱାରା ଅସ୍ତରଙ୍ଗ ବେଳାଭୂମି ପୁନର୍ବାର ଏହାର ପ୍ରାକୃତିକ ରୂପ ଫେରିପାଇଛି । ଅସ୍ତରଙ୍ଗ ବେଳାଭୂମି ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିଲେ ମଧ୍ୟ୍ୟ ବୈଶ୍ୱିକ ବର୍ଜ୍ୟ ପ୍ଲାଷ୍ଟିକ ସମସ୍ୟା ଏହାକୁ ନଷ୍ଟ କରିଚାଲିଛି । ପ୍ଲାଷ୍ଟିକ ଆବର୍ଜନା ଓ ଛିଣ୍ଡା ଜାଲରେ ଏହା ଘେରିହୋଇ ରହିଥିଲା ।

ମୁହାଣ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ପୁନର୍ଜୀବିତ କରିବା ସହ ସୁସ୍ଥ ଓ ସନ୍ତୁଳିତ ପରିବେଶ ପାଇଁ ଚେଷ୍ଟା ଏକପ୍ରକାର ସଫଳ ହୋଇଛି । ଏହା ଉପରେ ଆଗକୁ ଅଧିକ ପ୍ରଚେଷ୍ଟା ଜାରି ରହିବ ବୋଲି ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ସୌମ୍ୟ ବିଶ୍ୱାଳ କହିଛନ୍ତି । ଖରା, ବର୍ଷା ପରି ବିଭିନ୍ନ ପାଣିପାଗକୁ ସହ୍ୟ କରି ଟ୍ରଷ୍ଟର ୬ ସଦସ୍ୟ ପୂର୍ଣ୍ଣକାଳୀନ ସମୟ ଦେଇ ପ୍ରାୟ ପାଞ୍ଚ ଟନରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ସଫେଇ କରିବାରେ ସଫଳ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା