Masthead

ନବରଙ୍ଗପୁର ଗସ୍ତରେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଗସ୍ତ କରିଛନ୍ତି ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ । ଶ୍ରୀ ଦେବ ପାପଡାହାଣ୍ଡି ଗସ୍ତରେ ପୂର୍ବତନ ସରପଞ୍ଚ ବି. ଜଗନ ମୋହନ ରାଓଙ୍କ ଘରେ ଗସ୍ତ କରିଥିଲେ । ପୂର୍ବତନ ସରପଞ୍ଚଙ୍କୁ ସାକ୍ଷାତ କରି ଦୀର୍ଘ ୩୦ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିଥିଲ । ବିଜେପିରେ ଯୋଗ ଦେବା ପାଇଁ ଶ୍ରୀ ରାଓଙ୍କୁ ବୁଝେଇଥିଲେ । ଏହି ଅଂଚଳର ବିକାଶ ପାଇଁ ସେ ବିଜେପି ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ଅଞ୍ଚଳରେ ନିର୍ବାଚନୀ ମାହୋଲ ବୁଝିଥିଲେ ।

ଶ୍ରୀ ରାଓ ବିଜୁ ପଟ୍ଟନାୟକ ଅମଳରୁ ଜନତା ଦଳ ଓ ପରେ ବିଜୁ ଜନତା ଦଳ ସହ ଜଡିତ ରହିଛନ୍ତି । କିନ୍ତୁ ବିଜେଡି ଦଳରେ କଣଠେସା ହେବା ଯୋଗୁଁ ବର୍ତ୍ତମାନ ବିଧାନସଭା ରାଜନୀତିରେ ସକ୍ରିୟ ନାହାନ୍ତି । ଶ୍ରୀ ରାଓ କହିଛନ୍ତି ଆଜିର ଏହି ସାକ୍ଷାତକୁ ନେଇ ଆଲୋଚନା ପରେ ନିଷ୍ପତି କରିବି ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲା ବିଜେପି ଯୁବ ମୋର୍ଚା ସଭାପତି ଶୁଭ୍ରଜିତ ପାଣିଗ୍ରାହୀ ଡାବୁଗାଁ ବିଧାନସଭା ପ୍ରଭାରୀ ଅଚ୍ୟୁତ ନନ୍ଦ ବିଷୋୟୀ ବିଜେପି ବରିଷ୍ଠ ନେତା ହରି ମୋହନ ଶର୍ମା, ଲିଙ୍ଗରାଜ ଭତରା, ଦୀନବନ୍ଧୁ ବିଷୋୟୀ, ସୁନ୍ଦରଲାଲ ବିଷୋୟୀ ପ୍ରମୁଖ ଉପସ୍ଥିତି ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ