Masthead

ବିଜୁଳି ନାହିଁ ତ ଭୋଟ ନାହିଁ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଡିବିରି ଆଲୁଅରେ କଟୁଛି ଜୀବନ । ବିଜୁଳି ଆଲୁଅ ଏମାନଙ୍କ ପାଇଁ ସାତ ସପନ। ମୌଳିକ ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେବେ ଅନ୍ଧକାରରେ ଥିବା ପରିବାର। ଏବେବି ବିକାଶ ଠାରୁ ଦୁରରେ ରାଜ୍ୟ ସରକାରଙ୍କ ଆଲୋକି କରଣ ଯୋଜନା । ଏହା କେଉଁ ଆଦିବାସୀ ଅଧୁଷିତ ଅଞ୍ଚଳ ନୁହେଁ ଏ ହେଉଛି ଭଦ୍ରକ ଜିଲ୍ଲା ନୂଆଗାଁ ପଞ୍ଚାୟତ ବିଶ୍ଵନାଥପୁର ଗାଁର ଦୃଶ୍ୟ । ଦୀର୍ଘ ବର୍ଷ ଧରି ବିଜୁଳି ଆଲୋକରୁ ବଞ୍ଚିତ ଏହି ଗାଁ । ବିଜୁଳି ବିନା କେତେ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ଏହି ଗାଁ ଲୋକେ ।

ଦୀର୍ଘ ବର୍ଷ ଧରି ସରକାରୀ ଶାସନ କାଳରେ ଏବେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଲୋକମାନେ। ୨୦୧୫ ମସିହାରୁ ପାଖରୁ ବିଜୁଳି ବିଭାଗକୁ ବହୁବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ଶୁଣୁଛନ୍ତି ନାଁ ବିଜୁଳି ବିଭାଗ । ବିଜୁଳି ବିଭାଗର କମ୍ପାନୀ ବଦଳି ଯାଉଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ଵଦଳିଵାର ନାଁ ଧରୁନି। ବହୁ ବାର ଦରଖାସ୍ତ ଏବଂ ଜେରକ୍ସ କରି ଫର୍ମ ଦିଆ ଗଲାଣି।

କିନ୍ତୁ ଅଞ୍ଚଳବାସୀ ଦୁଃଖ ଦୂର ହେଉନାହିଁ। ଶେଷରେ ନିରାଶ ହୋଇ ପଡିଛନ୍ତି ଗରିବ ଶ୍ରେଣୀର ଲୋକମାନେ। ରାତି ଦିନ ଡିଵିରି ଆଲୁଅ ହେଉଛି ସାହା ଭରସା। ରାତି ହେଲେ ଘନ ଅନ୍ଧକାର ପାଇଁ ତାଟି କବାଟ ପଡ଼ିଯାଏ। ପିଲାମାନେ ପାଠ ପଢ଼ିବାକୁ ଭଲ ଆଲୋକ ଚାହିଁଲେ ମଧ୍ୟ ଡିଵିରି , ଲଣ୍ଠନ ଆଲୁଅ ହେଉଛି ସାହା ଭରସା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା