Masthead

ବିଜେପିରେ ମିଶିଲେ ୪୦୦ରୁ ଅଧିକ କର୍ମୀ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଡିଆଁ ସେତେ ଦେଖିବାକୁ ମିଳୁଛି। କିଛି ପ୍ରମୁଖ ଦଳର ସ୍ଥିତି ସୁଧୁରୁଥିବା ବେଳେ କିଛି ଦଳର ସ୍ଥିତି ବିଗିଡି ବାରେ ଲାଗିଛି। ପରିବାରବାଦ ରାଜନୀତି ବିରୋଧ କରି ପ୍ରତିଦିନ ଶତାଧିକ ଲୋକ ବିରୋଧୀ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। କୁଜଙ୍ଗ ବ୍ଲକ ବଣିତ ଗ୍ରାମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ହୋଇଥିବା ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବରେ ବଣିତ ପଞ୍ଚାୟତର ଚାରିଶହରୁ ଅଧିକ ଅସନ୍ତୁଷ୍ଟ ବିଜେଡି କର୍ମୀ ଏବଂ କଂଗ୍ରେସ କର୍ମୀ ନିଜର ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି ।

ବଣିତର ସରପଞ୍ଚଙ୍କ ସହ ନ୍ୟାୟବ ସରପଞ୍ଚ ଏକାଧିକ ୱାର୍ଡ ମେମ୍ବର ଏବଂ ତିନିଶହରୁ ଅଧିକ ଜନସାଧାରଣ ଏହି ଏହି ସମାବେଶରେ ଯୋଗଦେଇ ବିଜେପିରେ ନିଜକୁ ସାମିଲ କରିଛନ୍ତି । ଏହି ସମାବେଶ ଏବଂ ମିଶ୍ରଣ ପର୍ବରେ ପାରାଦୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଏବଂ ସାଂସଦ ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଯୋଗଦେଇ ଦଳକୁ ନୂତନ କର୍ମୀମାନଙ୍କୁ ଦଳୀୟ ଟୋପି ଉତ୍ତରୀୟ ପ୍ରଦାନ କରିଥିଲେ।

ଶତାଧିକ ସମର୍ଥନଙ୍କ ସହ ଗ୍ରାମରେ ପଦଯାତ୍ରା କରି ସାଧାରଣ ଲୋକଙ୍କ ଆଶୀର୍ବାଦ ଲୋଡ଼ିବା ସହ ସଭାରେ ଯୋଗ ଦେଇଥିଲେ। ବିଜେପିର ଦୁଇ ପ୍ରାର୍ଥୀ ମତ ଅନୁଯାୟୀ ପାରାଦୀପରେ ବିଜେପିର ଶକ୍ତି ବଢୁଥିବା ବେଳେ ବେଜେଡି ଏବଂ କଂଗ୍ରେସ ପ୍ରତିଦିନ ଦୁର୍ବଳ ହେବାରେ ଲାଗିଛି। ଅପାରଗ ବିଧାୟକ ପରିବାରବାଦ ରାଜନୀତିକୁ ବିରୋଧ କରିବା ସହ ପାରାଦୀପବାସୀ ପରିବର୍ତ୍ତନ ଚାହୁଁଛନ୍ତି ଯାହା ଏଥର ନିଶ୍ଚିତ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ