Masthead

‘ଆଗ ବୋନସ ପଛେ କାମ’

ସୋର (ବଡ଼ ଖବର ବ୍ୟୁରୋ): ‘ଲାଭ କରୁଛ, ଦରମା ବଢାଅ । ବୋନସ ଦିଅ ।’ ଏହା କୌଣସି ଯାତ୍ରା ପାର୍ଟିର ସଂଳାପ ନୁହେଁ । ୧୬ନଂ ଜାତୀୟ ରାଜପଥ ନିକଟ ଖନ୍ତାପଡା ଅଞ୍ଚଳରେ ଥିବା ଫାଲକୋନ୍ ଚିଙ୍ଗୁଡି ପ୍ଲାଣ୍ଟର କାର୍ଯ୍ୟରତ କର୍ମଚାରୀଙ୍କ ଅନ୍ତରର କଥା । ଦରମା ବୃଦ୍ଧି ଓ ବୋନସ୍ ଦାବିରେ ଫାଲକୋନ୍ ଚିଙ୍ଗୁଡି ପ୍ଲାଣ୍ଟରେ ଲାଗିରହିଛି ଶ୍ରମିକ ଅଶାନ୍ତି । ଶ୍ରମିକ ଅଶାନ୍ତିର ସାମ୍ନା କରିନପାରି କର୍ତ୍ତୃପକ୍ଷ ବାଧ୍ୟ ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କମ୍ପାନିକୁ ବନ୍ଦ ଘୋଷଣା କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନିକଟ ଖନ୍ତାପଡା ଅଞ୍ଚଳରେ ଅଛି ଫାଲକୋନ୍ ଚିଙ୍ଗୁଡି ପ୍ଲାଣ୍ଟ । ଦରମା ବୃଦ୍ଧି ଓ ବୋନସ୍ ଦାବି କରି ଗୁରୁବାର ୧୧ ଟାରୁ ଶ୍ରମିକମାନେ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସି ରହିଥିଲେ । ତେବେ ସନ୍ଧ୍ୟା ଯାଏଁ ସମାଧାନର କୌଣସି ବାଟ ଫିଟି ନଥିଲା । ଖବର ପାଇ ଖନ୍ତାପଡା ଆଇଆଇସି ପରେଶ କୁମାର ରାଉତ ଦୁଇ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେ ଆନ୍ଦୋଳନରତ ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ । ପରେ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଆଇଆଇସି । ବର୍ଦ୍ଧିତ ଦରମା ଦିଆଯାଇ ପାରିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ଶ୍ରମିକମାନେ ବିନା ସୂଚନାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । ଶ୍ରମିକମାନଙ୍କ ବକେୟା ଦରମା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ ବୋଲି କହିଛନ୍ତି କମ୍ପାନି କର୍ତ୍ତୃପକ୍ଷ ।

ଭବିଷ୍ୟତକୁ ନେଇ କର୍ମଚାରୀମାନେ ଚିନ୍ତିତ ହୋଇପଡିଛନ୍ତି । କମ୍ପାନି ବନ୍ଦ ହେବା ପରେ ସେମାନଙ୍କ ପରିବାର କିପରି ଚଳିବ ସେଇ ଚିନ୍ତା ଏବେ ଶ୍ରମିକମାନଙ୍କୁ ଘାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା