ସୁଚରିତା ମହାନ୍ତିଙ୍କ ବଦଳରେ ଜୟନାରାୟଣ ପଟ୍ଟନାୟକଙ୍କୁ ମିଳିଲା ଟିକେଟ୍

ପୁରୀ(ବଡ଼ ଖବର ବ୍ୟୁରୋ): ବଦଳିଲେ କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ । ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କରିଛି ଦଳ। ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା। ଦଳ ପାଣ୍ଠି ଦେଉ ନଥିବାରୁ ପ୍ରଚାର କରିବା ଅସମ୍ଭବ ବୋଲି କହି ସେ ଟିକେଟ ଫେରାଇ ଦେଇଥିଲେ। ଇ-ମେଲ ମାଧ୍ୟମରେ ସେ ଏନେଇ ଏଆଇସିସିକୁ ଅବଗତ କରାଇଥିଲେ।  ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଥିଲେ ଯେ ପୁରୀ ଲୋକସଭା ପ୍ରାର୍ଥୀଙ୍କୁ ବଦଳାଇବାକୁ ଏଆଇସିସିକୁ ଚିଠି କରାଯାଇଥିଲା।

ସେ ସଂପର୍କରେ ସୁଚରିତା ମହାନ୍ତି ଜାଣି ପାରିଥିଲେ। ତେଣୁ ସେ ଆଗୁଆ ଟିକେଟ ଫେରାଇ ଦେଲେ। ପାଣ୍ଠିର ସମସ୍ୟା ଆଦୌ ନଥିଲା। ସୁଚରିତା ମହାନ୍ତି ୨୦୧୪ରେ କଂଗ୍ରେସ ଟିକେଟରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ପରାସ୍ତ ହୋଇଥିଲେ। ସେ ୨ ଲକ୍ଷ ୫୯ ହଜାର ୮୦୦ ଖଣ୍ଡ ଭୋଟ୍ ପାଇଥିଲେ। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିବା ବେଳେ ଏଥର ପୁଣି ଭରସା କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ