Masthead

ସରୁନି ଦାଦନ ଦୁଃଖ, ବନ୍ଧକ ପଡ଼ିଛି ୯ ବର୍ଷର କୁନି ଝିଅ

କଣ୍ଟାବାଞ୍ଜି (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲାର ଦାଦନ ପ୍ରବଣ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ଅନେକ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବନ୍ଧକ ଥିବା ଖବର ସାମ୍ନାକୁ ଆସୁଛି । ଏହି ନିର୍ବାଚନମଣ୍ଡଳିରେ ରୋଜଗାର ବ୍ୟବସ୍ଥା ନ ଥିବାରୁ ଏ ଅଞ୍ଚଳରୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନମଣ୍ଡଳିରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତଦ୍ୱନ୍ଦିତା କରିବେ । ଗତ ଗୁରୁବାର ଦିନ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି।

ଏଭଳି ସ୍ଥିତିରେ ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମ ପଞ୍ଚାୟତ ଚାଉଳିଆ ଗ୍ରାମର ଦ୍ରୁପଦ ବନଛୋର ତାଙ୍କ ଦୁଇ ସ୍ତ୍ରୀ ଏବଂ ତାଙ୍କ ୯ ବର୍ଷର ଝିଅ କୁ ଆନ୍ଧ୍ରପ୍ରଦେଶ ର ତିରୁପତି ଚିତ୍ତୋର ଜିଲ୍ଲାକୁ ଦାଦନ ଶ୍ରମିକ ଭାବେ କମେଇମୁଣ୍ଡା ଗ୍ରାମର ବୁଟୁଲୁ କୁମାର ନାମକ ଜଣେ ଦାଦନ ଦଲାଲ ନେଇକି ଯାଇଥିଲେ। ଚିତ୍ତୋର ଜିଲ୍ଲାର ୩୦ କିମି ଦୂର ଗିରି ଖାଁ ନାମକ ଏକ ଦାଦନ ସର୍ଦ୍ଦାରଙ୍କ ଇଟା ଭାଟିରେ ଭାଟି ମାଲିକ ତାଙ୍କୁ ଅସହ୍ୟ ନିର୍ୟାତନା ଦେଉଥିବା ଏବଂ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ସେହି ଭାଟିରେ ତାଙ୍କ ୯ ବର୍ଷର କୁନି ଝିଅକୁ ନିର୍ଯାତନା ଦେଇ ଇଟା ଗଢ଼ିବା କାମରେ ନିୟୋଜିତ କରାଯାଉଥିବା ସେ କହିଛନ୍ତି । କିଛି ଦିନ ହେବ ସେ ସେଠୁ ଲୁଚି ପଲାଇଆସି ଏକ ଭିଡିଓ ମାଧ୍ୟମରେ ନିଜ ପରିବାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ପ୍ରଶାସନ ଏହି ପରିବାରକୁ ଉଦ୍ଧାର କରିବା ସହ ଦାଦନ ଦଲାଲ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା