Masthead

ଅପମିଶ୍ରତି ମସଲା କିପରି ଚିହ୍ନିବେ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରତିଦିନ ଆମେ ରୋଷେଇରେ ଅନେକ ପ୍ରକାର ମସଲା ବ୍ୟବହାର କରିଥାଉ। ହେଲେ ଆଜିକାଲି ଅନେକ କମ୍ପାନୀ ମସଲା ପ୍ରସ୍ତୁତ କରୁଛନ୍ତି। ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ମସଲାର ମାନ ନେଇ ଅନେତ ପ୍ରଶ୍ନ ଉଠେ। ତେବେ ଏହି ମସଲାରେ ଅପମିଶ୍ରଣ କରାଯାଉଥିବା ଜଣାପଡିଛି । ମସଲାରେ ମିଶୁଛି ପୋଷାକ ରଙ୍ଗ । ଅପମିଶ୍ରିତ ମସଲାକୁ ସମାନ ଭଙ୍ଗ ଦେବା ଓ ଆକର୍ଷଣୀୟ କରିବା ପାଇଁ ଏଥିରେ ମିଶାଯାଉଛି କ୍ଷତିକାରକ ପୋଷାକ ରଙ୍ଗ । ଭାରତୀୟ ମସଲାରେ ମାତ୍ରାଧି କ କୀଟନାଶକ ମିଶିଥିବା ନେଇ ବିଦେଶରୁ ଅଭିଯୋଗ ଆସିବା ପରେ ଦେଶରେ ମଧ୍ୟ ମସଲାରେ ପୋଷାକ ରଙ୍ଗ ବ୍ୟବହାର ହେଉଥି୍ବା ଜଣାପଡ଼ିଛି। ଏବେ ଦେଶରେ ନକଲି ମସଲାକୁ ବିକ୍ରୀକୁ ନେଇ ଗ୍ରାହକଙ୍କ ମଧ୍ୟରେ ଭୟ ଖେଳିଯାଇଛି ।

ଏହି କ୍ରମରେ ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ନକଲି ମସଲା ପ୍ରସ୍ତୁତ କରୁଥିବା ଓ ତାହାକୁ ଦିଲ୍ଲୀ ବଜାରରେ ଯୋଗାଣ କରୁଥିବା ଗ୍ୟାଙ୍ଗର ସନ୍ଧାନ ପାଇଛନ୍ତି । ଉତ୍ତରପ୍ରଦେଶ ମୋଦାନଗରର ଅନ୍ନପୂର୍ଣା ମସଲା କାରଖାନାରେ ଗତ ଗୁରୁବାର ଚଢ଼ଉ ବେଳେ ହଳଦୀ ଓ ଲଙ୍ଗା ଗୁଣ୍ଡରେ ପୋଷାକରେ ବ୍ୟବହାର ହେଉଥିବା ରଙ୍ଗ ମିଶାଯାଇଥିବା ଜଣାପଡ଼ିଥିଲା । ସେଠାରୁ ଅପମିଶ୍ରିତ ୨୦୦ କେଜି ହଳଦୀ ଗୁଣ୍ଡ ଓ ୧୫୦ କେଜି ଲଙ୍ଗାଗୁଣ୍ଡ ଜବତ କରାଯାଇଛି। ତେବେ ଅପମିଶ୍ରିତ ମସଲାକୁ କେମିତି ଚିହ୍ନିବେ? ଏଭଳି କିଛି ଊପାୟ ଅଛି ଯାହାଦ୍ୱାରା ଆପଣ ମସଲା ଖପର ନା ଭଲ ସହଜରେ ଜାଣିପାରିବେ । ପାପୁଲିରେ ଏକ ଚାମଚ ଲଙ୍ଗା ଗୁଣ୍ଡ ଘଷି ପାଣିରେ ମିଶାନ୍ତୁ। ଯଦି ତାହା ବହଳିଆ ରୁହେ ତେବେ ଜାଣିବେ ଯେ ସେଥିରେ ଇଟା ଧୂଳିର ଅପମିଶ୍ରଣ ହୋଇଥାଇ ପାରେ।

ସେହିପରି ନାଲି ଲଙ୍କାକୁ ଅଳ୍ପ ପରିମାଣର ପାଣି ସହିତ ମିଶ୍ରଣ କରି ଘଷିବା ସମୟରେ ସାମାନ୍ୟ ଫେଣ ଆସିଲେ ଜାଣିବେ ଏଥିରେ ପଥର ଖଣ୍ଡ ମିଶିଛି । ଯଦି ଲଙ୍ଗା ଗୁଣ୍ଡା ସାଧାରଣ ଅପେକ୍ଷା ଅଧିକ ଉଜ୍ଜ୍ଵଳ ଏବଂ ଗାଢ଼ ଦେଖାଯାଏ ଏଥିରେ ସିନ୍ଥେଟିକ୍ ରଙ୍ଗ ମିଶିବାର ସମ୍ଭାବନା ଥାଏ। ସେହିପରି ଏକ ଚାମଚ ଲଙ୍ଗା ଓ ହଳଦୀ ଗୁଣ୍ଡକୁ ଏକ ଗ୍ଲାସ ପାଣିରେ ମିଶାନ୍ତୁ। ଯଦି ଲଙ୍ଗା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଗ୍ଲାସ୍‌ର ତଳ ଭାବରେ ବସିଯିବ ତେବେ ଜାଣିବେ ସେହି ମସଲା ଶୁଦ୍ଧ, ଯଦି ଏହା ଉପରେ ଭାସିଲା, ଜାଣିବେ ତାହା ଅପମିଶ୍ରିତ। ଲୁଣ ଅପମିଶ୍ରଣ ପରୀକ୍ଷା କରିବାକୁ, ଏହାକୁ କେବଳ ପାଣିରେ ମିଶାନ୍ତୁ । ଯଦି ଲୁଣ ଜଳକୁ ମେଘୁଆ କରେ ନାହିଁ କିମ୍ବା ତଳେ ବସେ ନାହିଁ ତେବେ ତାହା ବ୍ୟବହାର କରିବା ନିରାପଦ ଅଟେ ।

ଯଦି ଏହା ହୁଏ, ଏଥିରେ ସମ୍ଭବତ ଚକ୍କା ଥାଏ। ଗୋଟା ଜିରା ଯାଞ୍ଚ କରିବାକୁ ମୁଠାଏ ଜିରା ନେଇ ଘଷନ୍ତୁ। ଯଦି ଜିରା କଳା ହୋଇଯିବ, ଜାଣିବେ ତାହା ଅପମିଶ୍ରିତ। ଜିରା ଗୁଣ୍ଡ ପରୀକ୍ଷା କରିବା ପାଇଁ ଏହାକୁ ଏକ ଗ୍ଲାସ ପାଣିରେ ମିଶାନ୍ତୁ। ଅପମିଶ୍ରିତ ଗୁଣ୍ଡ ଉପରେ ଭାସିବ । ଶୁଦ୍ଧ ହୋଇଥିଲେ ତଳେ ବସିଯିବ । ହେଙ୍ଗୁକୁ ପାଣିରେ ମିଶାଇଲେ ଯଦି ତାହା ତଳେ ବସିଯାଏ, ତେବେ ଜାଣିବେ ସେଥିରେ ପଥର ଗୁଣ୍ଡ ଓ ଅନ୍ୟ ଅପମିଶ୍ରଣ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା