Masthead

ଦିଲ୍ଲୀ ପରେ ଏବେ ଅହମଦାବାଦ, ସ୍କୁଲକୁ ବୋମାରେ ଉଡାଇବାକୁ ଧମକ

ଅହମଦାବାଦ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ସ୍କୁଲଗୁଡିକ ଉପରେ ବୋମା ମାଡ଼ କରିବାକୁ ଧମକାଇବା ପରେ ଗୁଜୁରାଟର ଅହମଦାବାଦରେ ଆତଙ୍କ ଖେଳିଯାଇଛି। ଅହମଦାବାଦର କେତେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି । ଯେଉଁଥିରେ ସ୍କୁଲ ଗୁଡିକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି। କୁହାଯାଉଛି ଯେ ଏହି ଧମକପୂର୍ଣ୍ଣ ମେଲ ରୁଷିଆର ହ୍ୟାଣ୍ଡେଲରଙ୍କଠାରୁ ଆସିଛି। ଏହି ଇମେଲ ପରେ ପୋଲିସ ସତର୍କ ହୋଇ ବିଦ୍ୟାଳୟରେ ସର୍ଚ୍ଚ ଅପରେସନ କରୁଛି। ବର୍ତ୍ତମାନ ସୁଦ୍ଧା ପୋଲିସ ଟିମ କୌଣସି ଆପତ୍ତିଜନକ ଜିନିଷ ପାଇନାହିଁ।

ଏହାକୁ ନେଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସଜାଗ ଅଛନ୍ତି। କିଛି ଦିନ ତଳେ ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲରେ ବୋମାମାଡ଼ କରି ଉଡାଇ ଦେବାକୁ ଆସିଥିଲା ଧମକପୂର୍ଣ୍ଣ ଇ-ମେଲ ଓ ଫୋନ୍ କଲ । ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର ଡିପିଏସ୍ ପରି ହାଇପ୍ରୋଫାଇଲ ସ୍କୁଲକୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଭୋର ସମୟରୁ ସବୁ ସ୍କୁଲକୁ ମେସେଜ୍ ଆସିଥିଲା । ଗୋଟିଏ ଇ-ମେଲରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଜଣାପଡ଼ିଥିଲା । ଏହା ପରେ ତୁରନ୍ତ ସ୍କୁଲରେ ପୋଲିସ, ଦମକଳ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା