Masthead

ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ ଯଜ୍ଞଶ୍ୱର

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ ): ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ଯଜ୍ଞଶ୍ୱର । ବଲାଙ୍ଗିର ବିଧାୟକ ପ୍ରାର୍ଥୀ ନିର୍ବାଚନୀ କାର୍ଯ୍ୟାଳୟଠାରେ ଅୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ଯଜ୍ଞ ବାବୁ । ସାଂସଦ ସଙ୍ଗୀତା ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଦେଢ ଶହ ପୁରୁଣା ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହିତ ଦଳରେ ସାମିଲ ହୋଇଛନ୍ତି ଯଜ୍ଞ । ଦଳରେ ଯୋଗ ଦେବା ପରେ ବିଜେଡି ଦଳ ଉପରେ ବର୍ଷିବା ସହ ଦଳ ଏବେ ବିଶୃଙ୍ଖଳିତ ହେବାରେ ଲାଗିଛି ।

ଏପରିକି ବିଜେଡି ବୁଡି ଯାଉଥିବା ଡଙ୍ଗା ବୋଲି କହିଛନ୍ତି ଯଜ୍ଞଶ୍ୱର । ଗତ ମାସ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଚିନିକଳ ଚଳାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ହେଲେ ଏବେ ଆକସ୍ମିକ ଭାବେ ବିଜେପି ଦଳରେ ଯୋଗ ଦେବା ସମସ୍ତଙ୍କୁ ଚକିତ କରିଛି । ତେବେ ଅତୀତରେ ସାଂସଦ ସଂଗୀତା ସହଯୋଗ କରିଥିବା ବେଳେ ଆଗାମୀ ଦିନରେ ଚିନି କଳ ଉପରେ ସହାୟତା କରିବେ ବୋଲି ଆଶା ରଖିଛନ୍ତି ଯଜ୍ଞଶ୍ୱେର । ସେପଟେ ଦଳରେ ସ୍ୱାଗତ୍ କରିବା ସହ ଯଜ୍ଞଶ୍ୱର ଅନୁଭବି ନେତା ବୋଲି କହିଛନ୍ତି ସାଂସଦ ସଂଗୀତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି