Masthead

ବିଜେଡିକୁ ଅଡୁଆ ନିମନ୍ତ୍ରଣ ପତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ଶପଥ ଗ୍ରହଣ ଝଡ଼ । ପଡିନି ପ୍ରଥମ ପର୍ଯ୍ୟାୟ ଭୋଟ କିନ୍ତୁ କିଏ ସରକାର ଗଢ଼ିବ ଏବଂ ଦଳରେ କେବେ କିଏ ମୁଖ୍ୟମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରିବେ ଦେଲେଣି ସମୟ । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଦଳ ସରକାରକୁ ଆସିବ ଓ ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଆସନରେ ବସାଇବ କହିବା ପରେ ବଢିଛି ତର୍କ ବିତର୍କ । ଶାସକ ଦଳ ବିଜେଡି ବି ପଛରେ ପଡିନି । ବିଜେପିକୁ ଟାର୍ଗେଟ କରିବା ସହ ଦିବା ସ୍ୱପ୍ନ ଦେଖୁଥିବା କହିବାକୁ ପଛାଇନଥିବା ବେଳେ ତାରିଖ ସହ ସମୟ ନିର୍ଘଣ୍ଟ କରିଛି ଦଳ । ଜୁନ ୯ ତାରିଖ ୧୧.୩୦ରୁ ୧.୩୦ ସମୟରେ ଦଳର ସୁପ୍ରିମୋଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବାସାଇବା ପାଇଁ ନେଲେଣି ସଂକଳ୍ପ । ଶପଥ ଗ୍ରହଣ ନିମନ୍ତେ ନିମନ୍ତ୍ରଣ ପତ୍ର ବନାଇ ସୋସିଆଲ ମିଡିଆରେ ଦଳୀୟ ନେତୃତ୍ୱ ରାଜ୍ୟବାସୀଙ୍କୁ ଦେଲେଣି ନିମନ୍ତ୍ରଣ । ସ୍ଥାନ ମଧ୍ୟ ଚୂଡାନ୍ତ କରିସାରିଛି ଦଳ । ଜନତା ମଇଦାନରେ ନବୀନ ପଟ୍ଟନାୟକ ନେବେ ଶପଥ ।

ଜନତାଙ୍କୁ କରିଛନ୍ତି ପ୍ରାର୍ଥନା ଆପଣ ମାନେ ଆସି ଅଶୀର୍ବାଦ ଦିଅନ୍ତୁ । ବିଜେଡି ଆଜି ଯାଏ ସରକାରରେ ଥାଇ ବି ୨୪ ନିର୍ବାଚନ ପାଇଁ ଆଜି ଯାଏଁ ଆଣି ପାରିନି ଇସ୍ତାହାର । କ’ଣ ଆଣିବ ତାହା ବିଚାର କରିପାରୁନି । ରାଜ୍ୟବାସୀଙ୍କ ଆଗରେ କ’ଣ ରଖିବ ଜାଣିପାରୁନି । ମତ ଲୋଡୁଛୁ ଆପଣ ମାନଙ୍କର ବୋଲି କିଛି ଦିନ ତଳେ ଜଣେ ବରିଷ୍ଠ ବିଜେଡି ନେତା କହିଥିଲେ । ଏହାରି ମଧ୍ୟରେ ବି ଅନେକ ସମୟ ବିତିଗଲାଣି । ଦିନ କେଇଟା ପରେ ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟ ।

ଲୋକଙ୍କ ପାଇଁ କ’ଣ ଆଣିବ ଇସ୍ତାହାର ବିଜେଡି କରିପାରୁନି କି ଚୂଡାନ୍ତ ? ଅସୁବିଧା ରହିଛି କେଉଁଠି ? ନା ପୂର୍ବ ଇଲେକ୍ସନରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିନି ବିଜେଡି ? ଯାହା ପାଇଁ ଭାବିଚିନ୍ତି ବିଚାର କରୁଛି ଶାସକ ବିଜେଡି । କିନ୍ତୁ ଏପଟେ ମୋଦିଙ୍କ ପରେ ଶପଥ ଗ୍ରହଣ ସମୟ ଚୂଡାନ୍ତ କରିବା କେତେ ଦୂର ଯଥାତ ତାକୁ ନେଇ ଚର୍ଚ୍ଚା । ନା ବାହା ବାହା ନେବାକୁ ମୋଦି କହି ଦେଲେ ବୋଲି ବିଜେଡି ବି ଘୋଷଣା କରିଦେଲା । ଏଠୁ ସ୍ପଷ୍ଟ କି ଜନମତକୁ ଗ୍ରହଣ କରିବାକୁ ନାହିଁ କାହାର ଧର୍ଯ୍ୟ । ଫଳାଫଳ ଆସିବା ପୂର୍ବରୁ ନିଜ ନିଜର ଶପଥ ଗ୍ରହଣର ଦେଲେଣି ନିମନ୍ତ୍ରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ