Masthead

ବିଜେଡିକୁ ଅଡୁଆ ନିମନ୍ତ୍ରଣ ପତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ଶପଥ ଗ୍ରହଣ ଝଡ଼ । ପଡିନି ପ୍ରଥମ ପର୍ଯ୍ୟାୟ ଭୋଟ କିନ୍ତୁ କିଏ ସରକାର ଗଢ଼ିବ ଏବଂ ଦଳରେ କେବେ କିଏ ମୁଖ୍ୟମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରିବେ ଦେଲେଣି ସମୟ । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଦଳ ସରକାରକୁ ଆସିବ ଓ ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଆସନରେ ବସାଇବ କହିବା ପରେ ବଢିଛି ତର୍କ ବିତର୍କ । ଶାସକ ଦଳ ବିଜେଡି ବି ପଛରେ ପଡିନି । ବିଜେପିକୁ ଟାର୍ଗେଟ କରିବା ସହ ଦିବା ସ୍ୱପ୍ନ ଦେଖୁଥିବା କହିବାକୁ ପଛାଇନଥିବା ବେଳେ ତାରିଖ ସହ ସମୟ ନିର୍ଘଣ୍ଟ କରିଛି ଦଳ । ଜୁନ ୯ ତାରିଖ ୧୧.୩୦ରୁ ୧.୩୦ ସମୟରେ ଦଳର ସୁପ୍ରିମୋଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବାସାଇବା ପାଇଁ ନେଲେଣି ସଂକଳ୍ପ । ଶପଥ ଗ୍ରହଣ ନିମନ୍ତେ ନିମନ୍ତ୍ରଣ ପତ୍ର ବନାଇ ସୋସିଆଲ ମିଡିଆରେ ଦଳୀୟ ନେତୃତ୍ୱ ରାଜ୍ୟବାସୀଙ୍କୁ ଦେଲେଣି ନିମନ୍ତ୍ରଣ । ସ୍ଥାନ ମଧ୍ୟ ଚୂଡାନ୍ତ କରିସାରିଛି ଦଳ । ଜନତା ମଇଦାନରେ ନବୀନ ପଟ୍ଟନାୟକ ନେବେ ଶପଥ ।

ଜନତାଙ୍କୁ କରିଛନ୍ତି ପ୍ରାର୍ଥନା ଆପଣ ମାନେ ଆସି ଅଶୀର୍ବାଦ ଦିଅନ୍ତୁ । ବିଜେଡି ଆଜି ଯାଏ ସରକାରରେ ଥାଇ ବି ୨୪ ନିର୍ବାଚନ ପାଇଁ ଆଜି ଯାଏଁ ଆଣି ପାରିନି ଇସ୍ତାହାର । କ’ଣ ଆଣିବ ତାହା ବିଚାର କରିପାରୁନି । ରାଜ୍ୟବାସୀଙ୍କ ଆଗରେ କ’ଣ ରଖିବ ଜାଣିପାରୁନି । ମତ ଲୋଡୁଛୁ ଆପଣ ମାନଙ୍କର ବୋଲି କିଛି ଦିନ ତଳେ ଜଣେ ବରିଷ୍ଠ ବିଜେଡି ନେତା କହିଥିଲେ । ଏହାରି ମଧ୍ୟରେ ବି ଅନେକ ସମୟ ବିତିଗଲାଣି । ଦିନ କେଇଟା ପରେ ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟ ।

ଲୋକଙ୍କ ପାଇଁ କ’ଣ ଆଣିବ ଇସ୍ତାହାର ବିଜେଡି କରିପାରୁନି କି ଚୂଡାନ୍ତ ? ଅସୁବିଧା ରହିଛି କେଉଁଠି ? ନା ପୂର୍ବ ଇଲେକ୍ସନରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିନି ବିଜେଡି ? ଯାହା ପାଇଁ ଭାବିଚିନ୍ତି ବିଚାର କରୁଛି ଶାସକ ବିଜେଡି । କିନ୍ତୁ ଏପଟେ ମୋଦିଙ୍କ ପରେ ଶପଥ ଗ୍ରହଣ ସମୟ ଚୂଡାନ୍ତ କରିବା କେତେ ଦୂର ଯଥାତ ତାକୁ ନେଇ ଚର୍ଚ୍ଚା । ନା ବାହା ବାହା ନେବାକୁ ମୋଦି କହି ଦେଲେ ବୋଲି ବିଜେଡି ବି ଘୋଷଣା କରିଦେଲା । ଏଠୁ ସ୍ପଷ୍ଟ କି ଜନମତକୁ ଗ୍ରହଣ କରିବାକୁ ନାହିଁ କାହାର ଧର୍ଯ୍ୟ । ଫଳାଫଳ ଆସିବା ପୂର୍ବରୁ ନିଜ ନିଜର ଶପଥ ଗ୍ରହଣର ଦେଲେଣି ନିମନ୍ତ୍ରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ