Masthead

କେଜ୍ରିୱାଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ୱାଲଙ୍କୁ ଆଜି ବି ମିଳିଲାନି ଆଶ୍ୱସ୍ତି। ଇଡିର ଗିରଫଦାରୀକୁ ବିରୋଧ କରିବା ସହ ଅନ୍ତରୀଣ ଜାମିନ ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ତେବେ ଶୁଣାଣି ବେଳେ ଇଡି ଉପରେ ବର୍ଷିଥିଲେ କୋର୍ଟ। ତାଙ୍କ ଗିରଫଦାରୀକୁ ନେଇ ଅନେକ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟରେ ଉଭୟ ପକ୍ଷ ଗୋଟିଏ ପରେ ଗୋଟିଏ ଦଲିଲ ରଖିଥିଲେ।

କୋର୍ଟ କେଜ୍ରିଓ୍ୱାଲଙ୍କ ସପକ୍ଷରେ କିଛି କଥା କହିଥିଲେ ମଧ୍ୟ ତାଙ୍କ ଜାମିନ ଆବେଦନ ଉପରେ କିନ୍ତୁ କିଛି ନିଷ୍ପତ୍ତି ଶୁଣାଇ ନାହାନ୍ତି। ମେ’ ୯ ତାରିଖ ଅବା ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୁପ୍ରିମକୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଯାଞ୍ଚ ପାଇଁ ନେଇଥିବା ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ, ଏହି ମାମଲାକୁ ସାମ୍ନାକୁ ଆଣିବାରେ ଦୁଇ ବର୍ଷ ଲଗାଇଦେଇଛନ୍ତି ।

ସେହିପରି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପକ୍ଷରୁ ଦାଖଲ କରାଯାଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସବି ରାଜୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତଙ୍କ ବେଞ୍ଚକୁ କହିଛନ୍ତି ଯେ, ଇଲେକ୍ଟ୍ରୋନିକ ପ୍ରମାଣ ପତ୍ର ନଷ୍ଟ କରିବା ଏବଂ ୧୦୦ କୋଟି ଟଙ୍କା ଦେବା ଅଭିଯୋଗ ରହିଛି । ଯାଞ୍ଚ ଏଜେନ୍ସି ଡକ୍ୟୁମେଣ୍ଟରେ ଜଜ କହିଛନ୍ତି ଯେ, ୧୦୦ କୋଟି ପ୍ରୋସିଡସ ଅଫ କ୍ରାଇମ ଅଛି, ହେଲେ ଦୁର୍ନୀତିକୁ ୧୧୦୦ କୋଟିର ବୋଲି କୁହାଯାଉଛି । ଏତେ ପରିମାଣରେ ବଢିବା କିପରି ହେଲା । ସେହିପରି ଇଡି କୋର୍ଟରେ କେଜ୍ରିୱାଲଙ୍କ ପିଟିସନର ବିରୋଧ କରି କହିଛନ୍ତି ଯେ, ତାଙ୍କ ନାମ ଯାଞ୍ଚ ଦ୍ୱାରା ସାମ୍ନାକୁ ଆସିଛି ।ଇଡି ସୁପ୍ରିମକୋର୍ଟଙ୍କ ତଦନ୍ତର ଆରମ୍ଭରେ କେନ୍ଦ୍ରରେ କେଜ୍ରିୱାଲ ନଥିଲେ ।

ଯାଞ୍ଚ ସମୟରେ ତାଙ୍କ ନାମ ପଦାକୁ ଆସିଥିଲା । ଏହା କୁହାଯିବା ଭୁଲ ଅଟେ ଯେ, ଆମେ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ଲାଗି ସାକ୍ଷୀଙ୍କୁ ବିଶେଷ ଭାବେ ତାଙ୍କ ବିଷୟରେ ପ୍ରଶ୍ନ କରିଛୁ । ସାକ୍ଷୀଙ୍କ ପକ୍ଷରୁ ମାଜଷ୍ଟ୍ରେଟ ସାମ୍ନାରେ ଦିଆଯାଇଥିବା ଧାରା ୧୬୪ ବୟାନରେ ଦେଖାଯାଉଛି ।ଏଥିସହ ଅରବିନ୍ଦ କେଜ୍ରିଓ୍ୱାଲ ଜଣେ ମୁଖ୍ୟମନ୍ତ୍ରୀ। ସେ ଜଣେ ଅଭ୍ୟାସଗତ ଅପରାଧୀ ନୁହନ୍ତି। ତାଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ମଧ୍ୟ ନାହିଁ। ତାଙ୍କୁ ଜାମିନ ଦେବା ଉପରେ ବିଚାର କରାଯାଇପାରେ ବୋଲି କୋର୍ଟ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ