Masthead

ସମୂହ ଛୁଟିରେ କ୍ରିଉ ମେମ୍ବର, ୭୦ରୁ ଅଧିକ ବିମାନର ଉଡ଼ାଣ ବାତିଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତାଧିକ କ୍ରିଉ ମେମ୍ବର । ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଶତାଧିକ କ୍ରିଉ ମେମ୍ବର । କାଲି ରାତିରୁ ଆଜି ସକାଳ ଯାଏଁ ୭୦ରୁ ଅଧିକ ଉଡ଼ାଣ ବାତିଲ୍‌ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ୍ । ଗତକାଲି ହଠାତ୍‌ କର୍ମଚାରୀମାନେ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍‌ ହୋଇ ଯାଇଛି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ତ୍ୱେ ତାହା ସମ୍ଭବ ହୋଇ ପାରୁନି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।ଏନେଇ ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି, ଆମର ଶତାଧିକ କ୍ୟାବିନ କ୍ର୍ୟୁ ମେମ୍ବର ଏକସଙ୍ଗେ ଅସୁସ୍ଥ ହୋଇ ଯାଇଛନ୍ତି।

ଫଳରେ ଅନିଚ୍ଛା ସତ୍ତ୍ୱେ ଆମକୁ ବହୁ ଫ୍ଲାଇଟକୁ ବାତିଲ କରିବା ସହ ବହୁ ଫ୍ଲାଇଟ୍‌କୁ ବିଳମ୍ବରେ ଛାଡ଼ିବାକୁ ପଡ଼ୁଛି। ଏଥିଯୋଗୁ ଆମ ଯାତ୍ରୀମାନେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଆମ ଟିମ୍‌ ନିରନ୍ତର ରୂପେ କାମ ଚାଲୁ ରଖିଛି। ଏହାସତ୍ତ୍ୱେ ଯାତ୍ରୀଙ୍କ ଅସୁବିଧାକୁ ଦୂର କରିବାକୁ ଯଥାସମ୍ଭବ ଆମେ ଚେଷ୍ଟାରତ ଥିବା ବେଳେ ଏଥିନିମନ୍ତେ ସେମାନଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ। ଏଥିସହ ଉଡ଼ାଣ ବାତିଲ ହୋଇଥିବା ଫ୍ଲାଇଟର ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରାଯିବ । ନଚେତ ସେମାନେ ଚାହିଁଲେ ତାହାକୁ ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ