ଜାରି ହେଲା ବିଜେଡିର ନିର୍ବାଚନୀ ଇସ୍ତାହାର

ଆସିକା (ବଡ଼ ଖବର ବ୍ୟୁରୋ): ବିଜୁ ଜନତା ଦଳ ଗତକାଲି ନିର୍ବାଚନୀ ଇସ୍ତାହାର ଜାରି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଇସ୍ତାହାର ଲୋକଙ୍କ ସାମ୍ନାରେ ରଖିଛନ୍ତି । ଏହି ମେନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ ବୋଲି ସେ କହିଛନ୍ତି । ଗତ ୨୪ ବର୍ଷ ମଧ୍ୟରେ ବିଜେଡି ସରକାର ଓଡ଼ିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତିକ ରାଜ୍ୟରେ ପରିଣତ କରିପାରିଛି । ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ ଏହି ଲୋକାଭିମୂଖୀ ମେନିଫେଷ୍ଟୋରେ ଉପସ୍ଥାପିତ ହୋଇଥିବା ଗ୍ୟାରେଟିଂ ଗୁଡିକ ୫ଟି ଗଭର୍ଣ୍ଣାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ।

ଓଡ଼ିଶା ଗଠନର ଶେହ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପ୍ରଦାନ କରିବ ବୋଲି ପ୍ରତିଶୃତି ମିଳିଛି । ଓଡ଼ିଶାରେ ଶହେ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଉପରେ ଗ୍ରାହକମାନେ ରିହାତି ପାଇବେ । ଓଡ଼ିଶାରେ ଏବେ ୭୫ ପ୍ରତିଶତ ପରିବାର ୧୦୦ ୟୁନିଟରୁ କମ ବିଜୁଳି ବ୍ୟବହାର କରୁଥିବାରୁ ବହୁ ସଂଖ୍ୟାରେ ଲୋକ ଏହା ଦ୍ୱାରା ଉପକୃତ ହେବେ । ବିଜେଡି ସରକାର ତାର ନିର୍ବାଚନୀ ଇସ୍ତାହାରରେ ଏପରି ପ୍ରତିଶ୍ରୁତି ପ୍ରଦାନ କରିଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ