‘ମାହେନ୍ଦ୍ର ବେଳା ଗଡ଼ିଯାଉଛି…ଆମକୁ ଆଗ ଛାଡ଼’

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ମାହେନ୍ଦ୍ର ବେଳା ଗଡ଼ି ଯିବାକୁ ନେଇ ଦୁଇ ପ୍ରାର୍ଥୀଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ନିର୍ବାଚନମଣ୍ଡଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ଗୁରୁବାର ନାମାଙ୍କନ ପତ୍ର ଦାଖଲ ପାଇଁ ସାଲେପୁର ମାହେଶ୍ୱରୀ ମନ୍ଦିର ଦର୍ଶନ କରି କଟକ ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ବାହାରିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ସାଲେପୁର ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ତାଙ୍କ ନାମାଙ୍କନ ଦାଖଲ କରୁଥିଲେ ।

ଆଉ ସେହି ସମୟରେରେ ପ୍ରଶାନ୍ତଙ୍କ ହଜାର ହଜାର ସମର୍ଥକ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଜୋରଜବଦସ୍ତ ପଶିବା ପାଇଁ ଚେଷ୍ଟା କରିଥିଲେ। କାରଣ ପ୍ରଶାନ୍ତଙ୍କ ନାମାଙ୍କନ ପତ୍ର ଦାଖଲ ମହେନ୍ଦ୍ର ବେଳେ ଥିଲା ଗୋଟେ ୫ରେ । ଜଣେ ପ୍ରାର୍ଥୀ ଅଫିସ ଭିତରେ ନାମାଙ୍କନ ପତ୍ର ଦାଖଲ କରୁଥିବାରୁ ପୋଲିସ ପ୍ରଶାନ୍ତଙ୍କୁ ନିର୍ବାଚନ ଅଧିକାରୀଙ୍କ ପାଖକୁ ଛାଡି ନଥିଲେ । ଅନ୍ୟ ଏକ ରୁମରେ ବସାଇ ଥିଲେ। ଏହି ସମୟରେ ପ୍ରଶାନ୍ତଙ୍କ ସମର୍ଥକମାନେ ମାହେନ୍ଦ୍ର ବେଳା ଗଡି ଯାଉଛି ଆମ ପ୍ରାର୍ଥୀଙ୍କୁ ଛାଡ ବୋଲି କହି ଜିଲ୍ଲାପାଳଙ୍କ ଅଫିସ ଭିତରେ ପସି ହେହାଲା କରିବା ସହ ବିଜେପି କର୍ମୀମାନଙ୍କୁ କଟାକ୍ଷ କରିଥିଲେ। ଯାହା ଫଳରେ ଦୁଇ ଦଳର କର୍ମୀ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥିଲା।

ସେପଟେ ରାଲି ରେ ଆସିଥିବା କାର୍ ଯୋବ୍ରା ଛକରେ ଦୁର୍ଘଟଣା ଘଟାଇ ଖସିଯିବାକୁ ଚେଷ୍ଟା ଏନେଇ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ ପରେ ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରି ଗାଡି ଚାଳକଙ୍କୁ ନୋଟିସ ଦେଇ ଛାଡ଼ିବା ପରେ ଦୁର୍ଘଟଣା ଘଟାଇଥିବା ଗାଡି ଟିକୁ ପୋଲିସ ଜବତ କରି ଥାନାରେ ରଖିଛି। ବିଜେଡିର ଏପରି କାର୍ଯ୍ୟକଳାପକୁ ସାଧାରଣରେ ଦୃଢ ନିନ୍ଦା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!