ସାଇକେଲରେ ଯାଇ ନାମଙ୍କନ ଦାଖଲ କଲେ ସିଦ୍ଧାର୍ଥ

ନିମାପଡ଼ା (ବଡ଼ ଖବର ବ୍ୟୁରୋ): ସାଇକେଲ ଚଲାଇ ନାମାଙ୍କନ ପତ୍ର ଦାଖଲ କରିବାକୁ ବାହାରିଲେ କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ । ନିମାପଡ଼ା ହରିପୁର ବଜାରରୁ ନିଜେ ସାଇକେଲ ଚଳାଇ କର୍ମୀମାନଙ୍କ ସହିତ ନାମାଙ୍କନ ପାଇଁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ନିମାପଡ଼ା ଆସନ ପାଇଁ ସିଦ୍ଧାର୍ଥ ରାଉତରାୟ କଂଗ୍ରେସ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିବେ ।

ଆଇରନ ମ୍ୟାନ ଭାବରେ ପରିଚିତ ସିଦ୍ଧାର୍ଥ ନିମାପଡ଼ା ରାଜନୀତିରେ ପାଦ ଥାପିବା ଦିନ ଠାରୁ ସାଇକେଲରେ ବିଭିନ୍ନ ପଂଚାୟତ ବୁଲି ଲୋକମାନଙ୍କ ପାଖରେ ପହଂଚୁ ଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସାଇକେଲରେ ପୁରୀ ଯାତ୍ରା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେପଟେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ନିମାପଡ଼ା ଭୋଟର ତାଙ୍କ ସପକ୍ଷରେ ମତଦାନ କରିବେ ବୋଲି ଆଶାବାଦୀ ଅଛନ୍ତି ସିଦ୍ଧାର୍ଥ ରାଉତରାୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ