Masthead

ମାହାଙ୍ଗାରୁ ନାମାଙ୍କନ ଭରିଲେ ଦେବେନ୍ଦ୍ର, ସୁମନ୍ତ, ସାରଦା

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା ବିଧାନସଭା ଆସନରୁ ୩ ଜଣ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ଦେବେନ୍ଦ୍ର ସାହୁ ନିଜ ସମର୍ଥକମାନଙ୍କୁ ନେଇ ପ୍ରାର୍ଥିପତ୍ର ଦାଖଲ ପାଇଁ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଥିବାବେଳେ ବିଜେପିରୁ ନବାଗତ ସୁମନ୍ତ ଘଡେଇ ମାହାଙ୍ଗାର ଗୋକନ ପଞ୍ଚାୟତରୁ ଏକ ବାଇକ ଶୋଭାଯାତ୍ରାରେ ଯାଇଁ ନାମାଙ୍କନ ଦାଖଲ କରିଥିଲେ । ତେବେ ବିଜେପିରୁ ଟିକେଟ ନମିଳିବାରୁ ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଏଥର ସ୍ୱାଧୀନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବା ଦେଖିବାକୁ ମିଳିଛି । ସାରଦା ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ସମର୍ଥକଙ୍କୁ ଧରି ଦୀର୍ଘ ରାସ୍ତା ଚାଲିଚାଲି ନାମାଙ୍କନ ଦାଖଲ କରିଥିଲେ ।

କୋଡିଏ ହଜାରରୁ ଅଧିକ ସାରଦାଙ୍କ ସମର୍ଥକମାନଙ୍କ ମୁଣ୍ଡରେ ହଳଦିଆ ଗାମୁଛାର ପଗଡି ଓ ବେକରେ ହଳଦୀ ରଙ୍ଗର ଉତ୍ତରୀ ପକାଇ, ପାରମ୍ପରିକ ଲୋକନୃତ୍ୟ, ଲୋକ ବାଦ୍ୟର ତାଳେତାଳେ ସାରଦାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେବା ଦେଖିବାକୁ ମିଳିଥିଲା । ଆସନ୍ତା ୧୩ ତାରିଖରେ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମାହାଙ୍ଗାରେ ଶାସକ ବିଜୁ ଜନତା ଦଳ ବିରୁଦ୍ଧରେ ହାୱା ବହୁଥିବାରୁ, ବିଜେଡି ପ୍ରାର୍ଥୀ ଅଙ୍କିତଙ୍କୁ ରୋକିବାରେ ସାରଦା, ଦେବେନ୍ଦ୍ର ଏବଂ ସୁମନ୍ତ କେତେ ଦୂର ସଫଳ ହେଉଛନ୍ତି, ସେକଥା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ