Before Header

ଖୁବଶୀଘ୍ର ଖୋଲିବ ସ୍କୁଲ

0 58

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ଖୋଲିପାରେ ରାଜ୍ୟର ସ୍କୁଲ । ଦୀର୍ଘ ଦିନର ବ୍ୟବଧାନରେ ରାଜ୍ୟ ବିଦ୍ୟାଳୟ ଖୋଲିବାକୁ ଯାଉଛନ୍ତି ସରକାର । ସ୍କୁଲ ବନ୍ଦ ଥିବା ବେଳେ ଅନଲାଇନରେ ପାଠପଢା ପଠପଢା ଚାଲିଛି । ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଅଭିଭାବକ ଦାବି କରିଆସୁଛନ୍ତି ।

ପୂଜା ପରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଶା କରୁଛୁ ଯେ ପୂଜା ପରେ କରୋନା ସ୍ଥିତି ସୁଧୁରିବ । କ୍ଲାସ ପାଇଁ ସ୍କୁଲ ଖୋଲିବ । ସେପଟେ ଦଶହରା ଛୁଟି ପରେ ଅଷ୍ଟମ ଓ ଏକାଦଶ କ୍ଲାସ ଖୋଲିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ । ଅଫଲାଇନରେ ପାଠ ପଢିବେ ଛାତ୍ରଛାତ୍ରୀ । ପୂର୍ବରୁ ନବମ ଓ ଦ୍ୱାଦଶ କ୍ଲାସ ଅଫଲାଇନରେ ଚାଲିଛି ।

Leave A Reply

Your email address will not be published.