Masthead

ଘସିପୁରାରେ କଂଗ୍ରେସର ନିର୍ବାଚନ ପ୍ରଚାର

ଘସିପୁରା(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରେ ଜୋର ଧରିଲାଣି ନିର୍ବାଚନ ପ୍ରଚାର । ଚଳିତ ଥର ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ଲଢେଇ ଦେଖିବାକୁ ମିଳୁଥିବା ବେଳେ ସମସ୍ତେ ଲାଗି ପଡିଛନ୍ତି ଲୋକଙ୍କ ନିକଟତର ହୋଇ ଭୋଟ ଭିକ୍ଷା କରିବାରେ। ଏହି କ୍ରମରେ ଗଁପୁର ପଞ୍ଚାୟତ ଅନ୍ତର୍ଗତ ବରାଙ୍ଗ ମହାପାଟ ଠାକୁରାଣୀଙ୍କ ପୀଠରୁ ପୂଜାର୍ଚ୍ଚନା ପରେ କଂଗ୍ରେସ ସାଂସଦ ପ୍ରାର୍ଥି ବିନୋଦ ବିହାରୀ ନାଏକ ଏବଂ ଘସିପୁରା କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁବ୍ରତକୁମାର ଚକ୍ର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ନିଜର ଶତାଧିକ ସମର୍ଥକଙ୍କୁ ସାଙ୍ଗରେ ଧରି ବରାଙ୍ଗ ଠାରୁ ଆରମ୍ଭ କରି ନୂହାମାଳିଆ, କୋଳିପାଳ ପ୍ରଭୂତି ଗାଁରେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରିବା ସହ କଂଗ୍ରେସକୁ ହାତ ଚି଼ହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ସମସ୍ତଙ୍କୁ ଆହ୍ୱନ ଦେଇଛନ୍ତି। କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ବହୁ ଛାମୁଆଁ ଯୁବନେତା ସମେତ ଅନେକ ଆଗଧାଡିର କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ