Masthead

ସ୍ତ୍ରୀକୁ ମାରିଲା ବସ୍ତାରେ ସିଲେଇ କରି ଚାବି ପକାଇ ରଖିଲା ସ୍ୱାମୀ

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): ସ୍ତ୍ରୀ କୁ ମାରି ମୃତଦେହକୁ ବସ୍ତାରେ ସିଲେଇ କରି ଘର ଭିତରେ ଚାବି ପକାଇ ରଖିଥିଲା ସ୍ୱାମୀ । ସ୍ୱାମୀ କୁ ହାତଗୋଡ଼ ବାନ୍ଧି ଅଟକ ରଖିଛନ୍ତି ଗ୍ରାମବାସୀ । ଏଭଳି ଚାଞ୍ଚଲ୍ୟ ଦେଖିବାକୁ ମିଳିଛି କେନ୍ଦୁଝରରେ ବାରିଆ ଥାନା ଷଡ଼ଙ୍ଗୀ ଗ୍ରାମରେ । ସ୍ତ୍ରୀକୁ ମାଡ଼ ମାରି ହତ୍ୟା କରିବା ପରେ ଘଟଣାକୁ ଲୁଚାଇବା ପାଇଁ ବସ୍ତାରେ ମୃତଦେହକୁ ପୁରାଇ ସିଲେଇ କରି ଘର ଭିତରେ ଚାବି ପକାଇ ରଖିଥିଲା ସ୍ୱାମୀ ପ୍ରଦୀପ ବେଣ୍ଟକାର ।

ମୃତକ ହେଲେ ବର୍ଷାଲି ବେଣ୍ଟକାର । ଗତକାଲି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଝଗଡା ହେବା ପରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ସ୍ୱାମୀ । ଘଟଣା ଜଣା ପଡିବା ପରେ ଗ୍ରାମବାସୀ ସ୍ୱାମୀ ପ୍ରଦୀପକୁ ହାତ ବାନ୍ଧି ଅଟକ ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ପରେ ପୋଲିସ ପହଁଚି ମୃତଦେହକୁ ଜବତ କରି ଅଭିଯୁକ୍ତ ସ୍ଵାମୀକୁ ହେପାଜତକୁ ନେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ