Masthead

ଜମିବାଡି ବିବାଦକୁ ନେଇ ଏସିଡ ମାଡ

ପୁରୀ (ବଡ଼ ଖବର ବ୍ୟୁରୋ): ଜମିବାଡି ବିବାଦକୁ କେନ୍ଦ୍ରକରି ପୁରୀରେ ଏସିଡ ମାଡ। ତାଳବଣିଆ ଥାନା ସିଦ୍ଧମହାବୀର ଚମାର ସାହିରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସହ ଏସିଡ୍ ମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏସିଡ ମାଡରେ ଉଭୟ ଗୋଷ୍ଠୀର ୪ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ ତାଳବଣିଆ ଥାନା ପୋଲିସ ଏବଂ ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସିଟି ଡିଏସପି ଙ୍କ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସାଢେପାଞ୍ଚଟା ସମୟରେ ଏହି ଘଟଣା ଘଟିଛି। ଚମାର ସାହିର ଏକ ଜମି ଉପରେ ବିଜୟ ବେହେରା ଘର କରି ସେଠାରେ ରହୁଥିବା ବେଳେ ଏହାକୁ ନେଇ କୋର୍ଟରେ ମାମଲା ମଧ୍ୟ ଚାଲିଛି। ତେବେ ଚମାର ସାହିର କିଛି ଲୋକେ ବିଜୟଙ୍କୁ କେବେ ଘର ଖାଲି କରିବ ବୋଲି ପଚାରିଥିଲେ। ଏହାକୁ ନେଇ ବିଜୟ ଉତକ୍ଷିପ୍ତ ହେବା ସହ ତାଙ୍କ ପୁଅ ସହ ମିଶି ଲୋକଙ୍କ ଉପରକୁ ଏସିଡ ମାଡ କରିଥିଲେ।

ଏସିଡ୍ ମାଡ଼ରେ ପାର୍ବତୀ ବେହେରା, ଦୁଲେଇ ବେହେରା, ବାଞ୍ଛୁ ବେହେରା ଓ ଜମୁନା ବେହେରା ଗୁରୁତର ହୋଇଥିବା ବେଳେ ସାରଥି ବେହେରା ଓ ଚମ୍ପା ବେହେରା ଆହତ ହୋଇଛନ୍ତି। ସେହିପରି ବିଜୟ ବେହେରା ଓ ତାଙ୍କ ପୁଅ ମଧ୍ୟ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ସିଟି ଡିଏସପି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’