ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ବେଗୁନିଆପଡ଼ା, (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ପଞ୍ଚାୟତ ଭାଲ୍ୟାଝର ଗାଁ ପଞ୍ଜାବୀସାହିର ମାନସ ସାହୁଙ୍କ ପୁଅ ଅଜୟ ସାହୁ। ସପ୍ତମ ଶ୍ରେଣୀରେ ପଢୁ଼ଥିବା ଅଜୟ ଦୁଇବର୍ଷରୁ ଅଧିକ ହେବ ହୃଦରୋଗରେ ପୀଡ଼ିତ ଅଛନ୍ତି। ଆର୍ଥିକ ସମ୍ବଳ ଅଭାବରୁ ପୁଅର ଚିକିତ୍ସା କରିପାରୁ ନାହାନ୍ତି ବାପା ମା’। ପରିବାରରେ ଏକମାତ୍ର ରୋଜଗାରିଆ ହେଉଛନ୍ତି ମାନସ । ସେ ଜଣେ ଦିନମଜୁରିଆ । ମାନସ କାମକୁ ଯିବା ସମୟରେ ଆଖି ଉପରେ ଆଘାତ ଲାଗିବାରୁ ସେ କାମ କରିବା ପାଇଁ ମଧ୍ୟ ଏବେ ଯାଇପାରୁ ନାହାନ୍ତି। ମାନସଙ୍କ ସାନ ପୁଅ ମଧ୍ୟ ମାନସିକ ବିକାରଗ୍ରସ୍ତ। ସଞ୍ଚିତ ଥିବା ସବୁ ଅର୍ଥ ସରିଗଲାଣି ଚିକିତ୍ସାରେ। ସହାୟତା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ତାଙ୍କ ପାଖରେ। ସ୍ଥାନୀୟ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିବା କହିଛନ୍ତି। ପୁଅ ପାଇଁ ବାପା-ମାଆ ବହୁତ ସ୍ୱପ୍ନ ଦେଖିଥିଲେ, କିନ୍ତୁ ପୁଅ ପାଠପଢା଼ ବୟସରେ ଭୋଗୁଛି ଜିଇଁବା ମରିବାର ଯନ୍ତ୍ରଣା। ସରକାରୀ ଆଉ ବେସରକାରୀ ସହାୟତା ପାଇଁ ହାତ ପାତିଛନ୍ତି ଏହି ଅସହାୟ ପରିବାର। ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ସେ ୯୧୭୮୧୭୧୮୦୦ ନମ୍ବରରେ ଯୋଗାଯୋଗ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ