Masthead

ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ବେଗୁନିଆପଡ଼ା, (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ପଞ୍ଚାୟତ ଭାଲ୍ୟାଝର ଗାଁ ପଞ୍ଜାବୀସାହିର ମାନସ ସାହୁଙ୍କ ପୁଅ ଅଜୟ ସାହୁ। ସପ୍ତମ ଶ୍ରେଣୀରେ ପଢୁ଼ଥିବା ଅଜୟ ଦୁଇବର୍ଷରୁ ଅଧିକ ହେବ ହୃଦରୋଗରେ ପୀଡ଼ିତ ଅଛନ୍ତି। ଆର୍ଥିକ ସମ୍ବଳ ଅଭାବରୁ ପୁଅର ଚିକିତ୍ସା କରିପାରୁ ନାହାନ୍ତି ବାପା ମା’। ପରିବାରରେ ଏକମାତ୍ର ରୋଜଗାରିଆ ହେଉଛନ୍ତି ମାନସ । ସେ ଜଣେ ଦିନମଜୁରିଆ । ମାନସ କାମକୁ ଯିବା ସମୟରେ ଆଖି ଉପରେ ଆଘାତ ଲାଗିବାରୁ ସେ କାମ କରିବା ପାଇଁ ମଧ୍ୟ ଏବେ ଯାଇପାରୁ ନାହାନ୍ତି। ମାନସଙ୍କ ସାନ ପୁଅ ମଧ୍ୟ ମାନସିକ ବିକାରଗ୍ରସ୍ତ। ସଞ୍ଚିତ ଥିବା ସବୁ ଅର୍ଥ ସରିଗଲାଣି ଚିକିତ୍ସାରେ। ସହାୟତା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ତାଙ୍କ ପାଖରେ। ସ୍ଥାନୀୟ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିବା କହିଛନ୍ତି। ପୁଅ ପାଇଁ ବାପା-ମାଆ ବହୁତ ସ୍ୱପ୍ନ ଦେଖିଥିଲେ, କିନ୍ତୁ ପୁଅ ପାଠପଢା଼ ବୟସରେ ଭୋଗୁଛି ଜିଇଁବା ମରିବାର ଯନ୍ତ୍ରଣା। ସରକାରୀ ଆଉ ବେସରକାରୀ ସହାୟତା ପାଇଁ ହାତ ପାତିଛନ୍ତି ଏହି ଅସହାୟ ପରିବାର। ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ସେ ୯୧୭୮୧୭୧୮୦୦ ନମ୍ବରରେ ଯୋଗାଯୋଗ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା