Masthead

ଭୋଟ୍ ବର୍ଜନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ଗ୍ରାମବାସୀ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୨୫ ବର୍ଷର ସରକାର ପରେବି ସୁଧୁରି ପାରିଲାନି ଗାଁ ରାସ୍ତା । ଭୋଟ୍ ବର୍ଜନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ । ୨୫ ବର୍ଷ ଶାସନ ପରେ ବି ଏହି ଗାଁର ଅବସ୍ଥା ସାଙ୍ଘାତିକ । ଝିଅ ବାହା ହେବାକୁ ଆସୁନି ବର । ଆଜିବି ଏ ଗାଁ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ସାତସପନ । ଖଟିଆ ହିଁ ଏକ ମାତ୍ର ରୋଗୀଙ୍କ ପାଇଁ ସାହାଭରସା । ଗାଁ ରାସ୍ତା ଖରାପ ପାଇଁ ସ୍କୁଲ, କଲେଜ ଓ ଅଙ୍ଗନବାଡି ଯାଇପାରୁନାହାନ୍ତି ଛାତ୍ରଛାତ୍ରୀ ।

ଏଭଳି ପରିସ୍ଥିତିକୁ ସାମ୍ନା କରୁଛନ୍ତି ଅନନ୍ତପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମବାସୀ । ଗାଁ ସରକାରୀ ପୋଖରୀ ଠାରୁ ହରିପୁର ସରକାରୀ ସ୍କୁଲ ପର୍ଯ୍ୟନ୍ତ ପାଖାପାଖି ୩ କିମି ରାସ୍ତା ଅବସ୍ଥା ସାଙ୍ଘାତିକ । ରାସ୍ତା ସମସ୍ୟା ପାଇଁ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ହସ୍ପିଟାଲ ନେବାକୁ ପଡୁଛି । ଏମିତିକି ଅନେକ ସମସ୍ୟା ଭିତରେ ସୋର ଅନନ୍ତପୁର ବଳଭଦ୍ରପୁର ଗ୍ରାମବାସୀ । ନିଜର ମୌଳିକ ସୁବିଧା ନଥିବାରୁ ଭୋଟ ବର୍ଜନ କରିବେ ବୋଲି ରାଜ୍ୟପାଳଙ୍କୁ ଚିଠି ଦ୍ଵାରା ଗୁହାରି କରୁଛନ୍ତି ଗାଁ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼