Masthead

ଅଧା ବାଟରେ ରହିଗଲା ଆମ୍ବୁଲାନ୍ସ, ମେଡିକାଲକୁ ଯାଇ ନପାରି ଘରେ ପ୍ରସବ କଲେ ମହିଳା

ରାଇଘର (ବଡ଼ ଖବର ବ୍ୟୁରୋ): ଥମୁନି ଜନନୀ ଯନ୍ତ୍ରଣା । ଅଧା ବାଟରେ ରହିଗଲା ଆମ୍ବୁଲାନ୍ସ । ମେଡିକାଲକୁ ଯାଇ ନପାରି ଘରେ ହେଲେ ପ୍ରସବ । ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ଅନ୍ୟପଟେ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଠାରୁ ୫ଶହ ମିଟର ଦୂରରେ ଅଟକି ଯାଇଥିଲା। ପରେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖୁବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତର ବନୁଗୁଡ଼ା ଗ୍ରାମରେ।

ସୂଚନା ଅନୁଯାୟୀ, ବନୁଗୁଡ଼ା ଗ୍ରାମର ନକୁଳ ସାନ୍ନାଙ୍କ ପତ୍ନୀ ବେଲବତୀ ସାନା ଗତ କାଲି ଅପରାହ୍ନରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ଜାଣିବା ପରେ ପରିବାର ଲୋକେ ତୁରନ୍ତ ସ୍ଥାନୀୟ ଆଶାକର୍ମୀ ତୁଳସୀ ମୁଦୁଲି ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ଆମ୍ବୁଲାନ୍ସ ବନୁଗୁଡ଼ା ଅଭିମୁଖେ ବାହାରିଥିଲା । କିନ୍ତୁ ଗାଁକୁ ରାସ୍ତା ନଥୁବାରୁ ଗାଁ ଠାରୁ ୫ଶହ ମିଟର ଦୂରରେ ଆମ୍ବୁଲାନ୍ସ ଯାଇଥିଲା। ଇତି ମଧ୍ୟରେ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଲମତୀ ନିଜ ଘରେ ହିଁ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଅନ୍ୟପଟେ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ଧରି ଗାଁରେ ପହଞ୍ଚିଥିଲେ।

ପ୍ରସବ ପରେ ବେଲମତୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଦେଖ୍ ଗ୍ରାମର ଚନ୍ଦ୍ର ସାନ୍ତା, ଘାସି ସାନ୍ତି, ନକୁଳ ସାନ୍ତି ଓ ଗୁରୁନାଥ ସାନ୍ତି ପ୍ରମୁଖ ମୋବାଇଲ ଲାଇଟ୍ ଯୋଗେ ଷ୍ଟେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ପରେ ବେଲମତୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପ୍ରସୂତି ଓ ନବଜାତ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥୂବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ