Masthead

ଯୌତୁକ ଜୁଇରେ ଜଳିଗଲେ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ: ଆଶା ଥିଲା ଶାଶୁଘରେ ଭଲ ବୋହୂଟିଏ ହୋଇ ଜୀବନ କାଟିବେ । ମାତ୍ର ଯୌତୁକ ଏମିତି ଦାଉ ସାଜିଲା ଯେ ସବୁ ଆଶା ସ୍ୱପ୍ନରେ ରହିଗଲା । ବିବାହର ୧୭ବର୍ଷ ପରେ ବି ଯୌତୁକ ଯନ୍ତ୍ରଣା ଦେବାକୁ ପଛାଇଲେ ନାହିଁ ଶଶୁରଘର ଲୋକେ । ଶେଷରେ ଯୌତୁକ ଜୁଇରେ ଜଳିଗଲେ ଜଣେ ମହିଳା ।

ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ନାମ୍ପୋ ଫାଣ୍ଡି ଅନ୍ତର୍ଗତ ଆମପୁଞ୍ଜା ଗାଁରେ । ସିଙ୍ଗିଲା ଥାନା ଅନ୍ତର୍ଗତ ଅମ୍ବାକୂଟଚି ଗ୍ରାମର ହରିଶ୍ଚନ୍ଦ୍ର ଜେନାଙ୍କ ଭଉଣୀ ଗୌରୀମଣିଙ୍କୁ ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଂଚାୟତ ଆମ୍ବପୁଞ୍ଜ। ଗ୍ରାମର ସନ୍ୟାସୀ ଜେନା ୧୭ ବର୍ଷ ପୂର୍ବେ ବିବାହ କରିଥିଲେ । ଗୌରୀମଣି ୨ଟି ସନ୍ତାନର ଜନନୀ ହେବାପରେ ସ୍ୱାମୀ ଆରମ୍ଭ କରିଥିଲେ ଯୌତୁକ ନିର୍ଯାତନା । ବାପଘରୁ ୨୦ହଜାର ଟଙ୍କା ଆଣିବାକୁ ଧମକ ଦେଉଥିଲେ ସ୍ୱାମୀ ସନ୍ୟାସୀ । ଗୌରୀମଣୀ ରାଜି ନହୋଇ ପ୍ରତିବାଦ କରିଆସୁଥିଲେ । ଗତକାଲି ସନ୍ଧ୍ୟାରେ ଭଉଣୀ ଗୌରୀମଣିର ଶାଶୁଘରେ ମୃତ୍ୟୁ ଖବର ଶୁଣିବା ପରେ ହରିଶ୍ଚନ୍ଦ୍ର ଆମ୍ବପୁଞ୍ଜ ଗାଁରେ ପହଞ୍ଚି ଥିଲେ । ଭଉଣୀର ଶବ ଦେଖି ଭାଙ୍ଗିପଡିଥିଲେ ହରିଶ୍ଚନ୍ଦ୍ର । ଭଉଣୀକୁ ଯୌତୁକ ପାଇଁ ମାରିଦିଆ ଯାଇଛି ବୋଲି ସ୍ଥାନୀୟ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ହରିଶ୍ଚନ୍ଦ୍ର । ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ମୃତ ଗୌରୀମଣିଙ୍କ ସ୍ୱାମୀ ସନ୍ୟାସୀ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ଘରର ଟେବୁଲ ପଙ୍ଖାର ସୁଇଚ ମାରିବାକୁ ଯାଇ କରେଣ୍ଟ ଲାଗି ଗୌରୀମଣିଙ୍କ ମୃତ୍ୟୁ ହୋଇଛି ବୋଲି ସନ୍ୟାସୀ କହିଛନ୍ତି । ତେବେ ଗୌରୀମଣୀଙ୍କ ମୃତ୍ୟୁକୁ ନେଇ କିଏ ସତ କହୁଛି ପୋଲିସର ତଦନ୍ତ ରିପୋର୍ଟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି