ପୁଲିସ ପକ୍ଷରୁ ଚଢ଼ାଉ, ତିନି ଡକାୟତ ଗିରଫ

ସୋର (ବଡ଼ ଖବର ବ୍ୟୁରୋ): ଗତକାଲି ରାତିରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରୁ ଡକାୟତି କରିଥିବା ତିନିଜଣ ଡକାୟତଙ୍କୁ ଗିରଫ କରିଛି ସୋର ପୁଲିସ। ଗତକାଲି ରାତିରେ ସିମୁଳିଆ ଥାନା ଝାମୁଝାଡ଼ି ଅଂଚଳର ଗଜେନ୍ଦ୍ର ବିଶ୍ୱାଳ ସୋର ଅଭିମୁଖେ ଆସୁଥିବା ବେଳେ ସାଜନପୁର ତାରିଣୀ ଛକ ନିକଟରେ ଚାରିଜଣ ଯୁବକ ଟାନିଉ ମାଡ଼ ମାରି ତାଙ୍କ ନିକଟରୁ ଏକ କ୍ୟାମେରା ଓ ବାଇକଟିକୁ ଲୁଟ କରିଥିଲେ।

ସେହିପରି ସୋର ଥାନା ରାଧାବହଲବପୁର ଗ୍ରାମର ଦୟାନିଧି ପ୍ରଧାନ ଜାମୁଝାଡ଼ିରୁ ସୋର ଅଭିମୁଖେ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ମୟୁର ହୋଟେଲ ନିକଟରେ ଉକ୍ତ ଚାରିଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିବା ସହିତ ତାଙ୍କ ନିକଟରୁ ୧୮ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଲୁଟ କରିଥିଲେ। ଏ ବାବଦରେ ଦୟାନିଧି ସୋର ଥନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଚାରିଜଣଙ୍କ ମଧ୍ୟରୁ ତିନିଜଣ ଯୁବକଙ୍କୁ କୋଟ ଚାଲାଣ କରିଛି ସୋର ପୋଲିସ, ଆଗରୁ ଏହି ଯୁବକ ମାନେ ବିଭିନ୍ନ ଡକାୟତ କେଶ ରେ ଗିରଫ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ