Masthead

ଓଡ଼ିଶାର ଗରିବୀ ଦେଖି ମୋତେ କଷ୍ଟ ହେଉଛି: ମୋଦି

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ । କହିଛନ୍ତି ଓଡ଼ିଶା କଳାର ଧାମ, ପ୍ରତି ପରିବାରରେ କଳା ରହିଛି । ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନରେ ଲଗାଇଛି । ସକାଳ ଦଶଟାରେ ଏ ଭିଡ଼ ଦେଖି ମୁଁ ଅଭିଭୂତ । ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି । ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି । ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ମାଗିଲି । ସମସ୍ତଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତ କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି । ଓଡ଼ିଶାକୁ ଡିଏମ୍‌ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ । ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ । ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି । ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା । ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର । ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ବାରା ଘେରି ରହିଛି । ସାରା ଦେଶବାସୀ ମୋଦି ସରକାରଙ୍କୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି । ନିର୍ବାଚନୀ ପର୍ବରେ ନବଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି । ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି