ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଆହତ

ରାଇଘର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ନୂଆପଡ଼ା ଓ ଛତିଶଗଡ଼ ଗରିଆବନ୍ଧ ସୀମାନ୍ତରେ ଚାଲିଛି ଗୁଳି ବିନିମୟ । ଗତକାଲି ରାତିରୁ ଓଡ଼ିଶା ଯବାନଙ୍କ ସର୍ଚ ଅପରେସନରେ ବାହାରି ନକ୍ସଲମାନଙ୍କ ଉପସ୍ଥିତି ଥିବା ଜାଣିପାରି ଗୁଳି ଚାଳନା କରିଥିଲେ । ବିପରୀତ ଆଡ଼ୁ ନକ୍ସଲମାନେ ପାଲଟା ଗୁଳି ଚାଳନା କରିଥିଲେ । ଫଳରେ ଜଣେ ଓଡ଼ିଆ ଯବାନଙ୍କ ବେକରେ ଗୁଳି ବାଜି ଗୁରୁତର ହୋଇଥିବା ଜଣାପଡିଛି । ଆହତ ଯବାନଙ୍କ ନାମ ପ୍ରକାଶ ସାଇ ଏବଂ ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଗାରିଆବନ୍ଧ ଓ ପରେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲା ସୀମାରେ ଥିବା କୋମନା ଥାନା ସୁନାବେଡା ଅଭୟାରଣ୍ୟର ଶିବନାରାୟଣ ପୁରରେ ଓଡିଶାର ଏକ ସ୍ବତନ୍ତ୍ର ସୁରକ୍ଷା ବାହିନୀର ସର୍ଚ ଅପରେସନରେ ବାହାରି ନକ୍ସଲମାନଙ୍କ ଉପସ୍ଥିତି ଥିବା ଜାଣିପାରି ଗୁଳି ଚାଳନା କରିଥିଲେ । ଅପରପକ୍ଷରେ ନକ୍ସଲର ମଧ୍ୟ ପାଲଟା ଗୁଳି ଚାଳନା ହୋଇଥିଲା ଯେଉଁଥିରେ ପ୍ରକାଶ ସାଇ ଆହତ ହୋଇଥିଲେ । ବର୍ତ୍ତମାନ ମଧ୍ୟ ଛତିଶଗଡ଼ର ଆମା ମୋରା ଏବଂ ଓଡ଼ିଶାର ଶିବନାରୟଣପୁର ସୀମାନ୍ତରେ ମଧ୍ୟବର୍ତ୍ତୀକାଳୀନ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ