Masthead

ବରଗଡ଼ ସରସରା ହତ୍ୟା ଘଟଣା : ବିଜେଡି-ବିଜେପି ମୁହାଁମୁହିଁ

ଅତାବିରା (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଗତକାଲି ସୋମବାର ବରଗଡ଼ ଜିଲ୍ଲା ସରସରାରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କୁ ଚକିତ କରିଛି । ସରସରା ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା ୧୨୮ ଓ ୧୨୯ ନମ୍ବର ବୁଥରୁ ମାତ୍ର ୩ ଶହ ରୁ ୪ ଶହ ମିଟର ଭିତରେ ଜନୈକ ଅଟୋ ଚାଳକ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇ ଗଲାଣି ।

ବିଜେପିର ବରଗଡ଼ ଲୋକସଭା କ୍ଷେତ୍ରର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ଭିଡିଓ ବାର୍ତ୍ତାରେ ବିଜେଡିକୁ ଆରୋପ କରିଥିବା ବେଳେ ବରିଷ୍ଠ ବିଜେଡି ନେତା ଜାପାନ ମହାପାତ୍ର ମଧ୍ୟ ଏନ୍ୟ ଏକ ଭିଡିଓ ବାର୍ତ୍ତାରେ ବିଜେପିକୁ ପ୍ରତ୍ୟାରୋପ କରିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ଉଭୟେ ଉଭୟଙ୍କୁ ଦୋଷାରୋପ କରୁଛନ୍ତି । ଏହି ହତ୍ୟାକାଣ୍ଡକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ବି ଅଭିଯୁକ୍ତ କୁହାଯାଉଥିବା ଅଶୋକ ମହାନନ୍ଦଙ୍କୁ ପୋଲିସ ଗିରଫ କରି ପାରିନାହିଁ । ଅନ୍ୟ ପଟେ ଅଭିଯୁକ୍ତକୁ ଗିରଫ ଓ ପରିବାରବର୍ଗଙ୍କୁ ନ୍ୟାୟ ସହ କ୍ଷତିପୂରଣ ଦବିରେ ସରସରା ଗ୍ରାମ୍ୟ ରାସ୍ତାକୁ ଅବରୋଧ କରି ହତ୍ୟାର ଶିକାର ହୋଇଥିବା ବିଶ୍ଵନାଥ ଙ୍କ ସ୍ତ୍ରୀ ଓ ପଡୋଶୀଙ୍କୁ ଉଠାଇ ନେଇଥିଲା ପୋଲିସ । ଗତ ବିଳମ୍ବିତ ରାତ୍ରିରେ ସେମାନଙ୍କୁ ଛଡ଼ାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼