Masthead

ତିର୍ତ୍ତୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ସୋ

ତିର୍ତ୍ତୋଲ, (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାଥୀ ରାଜକିଶୋର ବେହେରାଙ୍କ ପାଇଁ ରୋଡ୍ ସୋ ମାଧ୍ୟମରେ ମାରଥନ୍ ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରଥମେ ତିର୍ତ୍ତୋଲ ବ୍ଲକ ଶଙ୍ଖେଶ୍ୱର ସାଇପନ ଛକ ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାର ଆରାଧ୍ୟ ଦେବୀ ମା’ ଶାରଳାଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ସେ ସେବାୟତମାନଙ୍କ ସହ କଥା ହୋଇଥିଲେ। ଅନ୍ୟ ରାଜ୍ୟରେ ମନ୍ଦିର ସବୁ ଖୋଲିଲାଣି ତେଣୁ ଓଡ଼ିଶା ସରକାର ତୁରନ୍ତ କୋଭିଡ୍ ନିୟମ ଅନୁଯାୟୀ ମନ୍ଦିର ଖୋଲିବା ବ୍ୟବସ୍ଥା କରନ୍ତୁ ବୋଲି ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ପରେ ରୋଡ୍ ସୋ ମାଧ୍ୟମରେ ତିର୍ତ୍ତୋଲ ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ବିଜେପି ପ୍ରାଥୀ ରାଜକିଶୋର ବେହେରାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।

ପ୍ରଧାନ କହିଥିଲେ ମୋଦି ସରକାର ଜନ କଲ୍ୟାଣକାରୀ କାର୍ଯ୍ୟ କରି ଭାରତରେ ଅନେକାଶଂରେ ସାଧାରଣ ଲୋକଙ୍କ ଅସୁବିଧା ଦୂର କରିପାରିଛନ୍ତି। ଗରିବୀ ଦୂରେଇ ସାରିଲେଣି। ତେଣୁ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ବିଜୟୀ କରାଇ ତିର୍ତ୍ତୋଲ ପାଇଁ ସମୃଦ୍ଧି ଏବଂ ପ୍ରଗତି ବାଟ ଖୋଲିବାକୁ ନିବେଦନ କରିଛନ୍ତି। ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ, ପ୍ରଜାତନ୍ତ୍ରରେ ଅହଂକାରର ଜାଗା ନାହିଁ । ଦୁର୍ନୀତି, ଅର୍ଥ ବଳରେ ଅପଚେଷ୍ଟା କରୁଛନ୍ତି ନବୀନ ସରକାର । ଲୋକେ ତାଙ୍କୁ ତିର୍ତ୍ତୋଲ ଉପନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ସେ କହିଥିଲେ। ପରେ ପ୍ରଧାନ ରଘୁନାଥପୁର ଓ ବିରିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼