Masthead

ଭୋଟ ପାଇଁ ୧୦୮ ଦୀପ ଜାଳି ଶପଥ ପାଠ

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପ୍ରଚାର ଶେଷ ହେବାକୁ କିଛି ଘଣ୍ଟା ଥିଲାବେଳେ ଆଜି ଆଠଗଡ ନିର୍ବାଚନମଣ୍ଡଳିର ମଙ୍ଗରାଜପୁର ପଂଚାୟତ ରେ ନିର୍ବାଚନ ଆଚରଣ ଵିଧି ନିୟମ ନୀତି ଖୁଲମଖୁଲା ଉଲଂଘନ ହେଉଥିବାର ଜଣାପଡିଛି । ଏହି ପଂଚାୟତରେ ସୁପ୍ରସିଦ୍ଧ ଡମଣୀପୀଠରେ ହଜାର ହାଜର ମହିଳା ଦୀପଜାଳି ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଶପଥ ପାଠ କରିବା ଘଟଣା ଦେଖିବାକୁ ମିଳିଛି । ଏହି ପୀଠରେ ୧୦୮ ଦୀପ ଜାଳିବା ସହିତ ମାଆଙ୍କ ନିକଟରେ ସମସ୍ତ ମହିଳା ରାଜା ସ୍ୱାଇଁଙ୍କୁ ଜିତାଇବା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଏହି ଘଟଣା ଖୁଲମଖୁଲା ଚାଲିଥିଲା ବେଳେ ସେଠାରେ ପୁଲିସ ପ୍ରଶାସନ ଉପସ୍ଥିତ ଥିବାର ଦେଖାଯାଇଥିଲା । ଏହି ଘଟଣା ଜଣାପଡିବା ପରେ ନିର୍ବାଚନ କମିଶନ ଗାଡି ସେଠାରେ ପହଂଚି ଥିଲା । କିଛି ସମୟ ତଦନ୍ତ ପରେ ସେମାନେ ସେଠୁ ଚାଲିଯାଇଥିଲେ । ବାସ୍ତବରେ ରଣେନ୍ଦ୍ର ସ୍ୱାଇଁ ବିକାଶକୁ ପଥେଇ କରି ନିର୍ବାଚନ ନଲଢ଼ି ମାଆଙ୍କ ଆଶୀର୍ବାଦରେ ବୈତରଣୀ ପାର ପାଇଁ ଉଦ୍ୟମକୁ ବିଜେପି ନିନ୍ଦା କରିବା ସହିତ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିବାର ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ