Masthead

ମତଦାନ ଆରମ୍ଭରୁ ଏକାଧିକ ବୁଥରେ ଇଭିଏମ୍‌ ତ୍ରୁଟି, ଭୋଟର ନିରାଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ୪୨ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ । ଭୋଟିଂ ଆରମ୍ଭରୁ କିଛି ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିବାରୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କଟକ, ଭୁବନେଶ୍ୱର, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ପୁରୀ ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଥିବା ସୂଚନା ମିଳିଛି। କଟକ ବାରବାଟୀର ବୁଥ୍ ନଂ ୨୪ରେ ଇଭିଏମ୍ ଅଚଳ । ସେହିପରି କାମାକ୍ଷାନଗରରେ ବୁଥ୍ ନଂ ୧୯ରେ ଇଭିଏମ୍ ଅଚଳ । ବାଙ୍କୀ କରବର ବୁଥ୍ ନଂ ୧୪୫ରେ ଇଭିଏମ୍ କାମ କରୁନି । ଭୁବନେଶ୍ୱର ନୟାପଲ୍ଲୀର ୧୨୨ ନଂ ବୁଥ୍‌, ନୀଳାଦ୍ରି ବିହାର ବୁଥ୍ ନଂ ୭୩, ଖୋର୍ଦ୍ଧା ପୌରପାଳିକା ୪ନଂ ବୁଥ୍‌ ଇଭିଏମ୍‌ , ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍‌ ଅଚଳ ହୋଇ ଯାଇଥିବା ସୂଚନା ମିଳିଛି।

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦର ୧୩, ୪୯ ଓ ୫୦ନଂ ବୁଥ୍‌ରେ ଇଭିଏମ୍‌ କାମ କରୁନି, ସେହିପରି ପୁରୀ ସତ୍ୟବାଦୀ ୧୯୧ ନଂ ବୁଥରେ ଇଭିଏମ୍ ବି ଅଚଳ ହୋଇ ଯାଇଛି। ଦେବଗଡ଼ ଜିଲ୍ଲା ପୌରାଞ୍ଚଳର ୮୨ ଓ ୮୩ ନଂ ବୁଥ୍‌ରେ ଇଭିଏମ ଅଚଳ ହୋଇ ଯାଇଥିବା ବେଳେ କେନ୍ଦୁଝର ସଦର ୧୩୧ ଓ ୨୨୫ ନଂ ବୁଥ୍‌ ଓ ଚମ୍ପୁଆର ୨୦୬ ଓ ୨୦୭ ନଂ ବୁଥ୍‌ରେ ଥିବା ଇଭିଏମ ଅଚଳ ହୋଇ ଯାଇଛି। ଅନୁଗୁଳ ଜିଲ୍ଲା ବୁଥ୍ ନଂ ୩୭ରେ , ଆଠମଲ୍ଲିକ ୫୭, ୫୮ନଂ ବୁଥରେ ଇଭିଏମ ଅଚଳ ହୋଇ ଯାଇଛି। ପୁରୀ ଜିଲ୍ଲାର ବିଭିନ୍ନ ବୁଥ୍‌ରେ ଥିବା ଇଭିଏମ୍‌ ଖରାପ ହୋଇ ଯାଇଥିବାରୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଭୋଟର ଲାଇନ୍‌ରେ ଛିଡ଼ା ହୋଇଥିଲେ। ଏଥିଯୋଗୁ ବହୁ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ନ ପାରି ନିରାଶ ହୋଇ ଫେରି ଯାଇଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା