Masthead

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ୯୬.୦୭ ପ୍ରତିଶତ ପାସ୍‌ ହାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷର ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ । ଝିଅଙ୍କ ପାସ୍ ହାର ୯୬.୭୩% ଓ ପୁଅଙ୍କ ପାସ୍‌ ହାର ୯୫.୩୯% । ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ । ଦିନ ୧୧ଟା ୩୦ ସୁଦ୍ଧା ୱେସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ମିଳିବ ରେଜଲ୍ଟ । ଇଣ୍ଟରନେଟ୍ ସୁବିଧା ନଥିଲେ ଏସଏମଏସ୍ କରି ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ହ୍ୱାଟ୍ସଆପରେ R10<RollNo> ଲେଖି 5676750ରେ ମେସେଜ୍ କଲେ ପାଇପାରିବେ ରେଜଲ୍ଟ । ଏହାପରେ ଅପରାହ୍ନ ୪ଟା ସୁଦ୍ଧା ଛାତ୍ରଛାତ୍ରୀ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ୍ । ଏଥିପାଇଁ BSE/Hi ଲେଖି 7710058192  ହ୍ୱାଟ୍ସଆପ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର