Masthead

୩୬୦ ସିଟ୍ ପାର୍ କରିସାରିଲୁଣି, ସାତ ଫେଜ୍‌ ପରେ ୪ଶହ ପାର୍‌: ହିମନ୍ତ ବିଶ୍ୱଶର୍ମା

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ହିମନ୍ତ ବିଶ୍ୱଶର୍ମା । ପାଟକୁରା ସଭାରେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମାଙ୍କ ବକ୍ତବ୍ୟ । କହିଛନ୍ତି ମୋ ବିଶ୍ବାସ ଆମେ ଏପର୍ଯ୍ୟନ୍ତ ୩୬୦ ସିଟ୍ ପାର୍ କରିସାରିଲୁଣି । ସାତ ଫେଜ୍‌ ସରିବା ପରେ ମୋଦିଜୀ ୪ଶହ ପାର୍‌ କରିଯିବେ । ମୋଦିଜୀଙ୍କୁ ୩ଶହ ସିଟ୍ ଦେଲେ ସେ ରାମ ମନ୍ଦିର କଲେ । ୩୭୦ ହଟାଇଲେ । ମୋଦିଜୀଙ୍କୁ ଏଥର ୪ଶହ ସିଟ୍ ଦିଅନ୍ତୁ, ପିଓକେ ଭାରତକୁ ଆଣିବୁ । ୪ଶହ ସିଟ୍‌ ଆଣିଲେ ଜ୍ଞାନବ୍ୟାପି ମନ୍ଦିର ନିର୍ମାଣ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଭଲ ସରକାର ମିଳିଲେ ଓଡ଼ିଶା ହେବ ୧ ନମ୍ବର । ଏବେ ଓଡ଼ିଶାର ହାଲତ କଣ ଅଛି ସମସ୍ତେ ଦେଖିପାରୁଥିବେ । ରାଜ୍ୟରେ ୧ ଲକ୍ଷ ଚାକିରି ଖାଲିପଡ଼ିଛି, ଯୁବକଙ୍କୁ ଚାକିରି ମିଳୁନି । ନବୀନ ବାବୁ ଚାହିଁଥିଲେ, ୧ ବର୍ଷରେ ୧ ଲକ୍ଷ ଚାକିରି ଦେଇପାରିଥାନ୍ତେ । ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷ ୧ ଲକ୍ଷ ଚାକିରି ମିଳିବ । ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷ ୧ ଲକ୍ଷ ଚାକିରି ମିଳିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଲେ ହିମନ୍ତ ବିଶ୍ବଶର୍ମା ।

ନବୀନ ବାବୁଙ୍କୁ ଓଡ଼ିଶା ଚାଷୀଙ୍କର କୌଣସି ଚିନ୍ତା ନାହିଁ  । ବିଜେପି ସରକାର ଆସିଲେ ଧାନ ଦର ୩୧ଶହ ଟଙ୍କା ହେବ । ବିଜେପି ସରକାର ଆସିଲେ ପ୍ରତି ମହିଳାଙ୍କୁ ୫୦ ହଜାର ମିଳିବ । ଏତେ ବର୍ଷ ସରକାରରେ କାହିଁକି ବିଜୁଳି ମାଗଣା କଲନି । ନିର୍ବାଚନ ପୂର୍ବରୁ କାହିଁକି ବିଜୁଳି ବିଲ୍‌ ମାଗଣା କଲନି  । ଚାଉଳ ଦେଲେ ମୋଦି, ଖାଲି ବ୍ୟାଗ୍‌ ଦେଲେ ପାଣ୍ଡିଆନ । ଯଦି ହିମ୍ମତ ଥିଲା, ଚାଉଳ ସହ ଡାଲି ମାଗଣା ଦେଇଥାନ୍ତ  । ଆମକୁ ଏକ ନୂଆ ଓଡ଼ିଶା ନିର୍ମାଣ କରିବାର ଅଛି । ସରକାର ଆସିଲେ ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ