Masthead

ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ବତନ୍ତ୍ର ସାକ୍ଷାତକାରରେ ମୋଦିଙ୍କ ପ୍ରତିକ୍ରିୟା । ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି କହିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି । ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ତାରିଖ । ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି । ସବୁଠୁ ଚିନ୍ତାର ବିଷୟ, ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି ।  ଓଡ଼ିଶା ସେହି ବନ୍ଧନରୁ ବାହାରିଲେ ସମୃଦ୍ଧ ହେବ ।

ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, କିନ୍ତୁ ଲୋକେ ଗରିବ  ।  ଏଥିପାଇଁ ରାଜ୍ୟ ସରକାର ଦାୟୀ, ଲୋକଙ୍କୁ ନ୍ୟାୟ ମିଳୁନି । ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ନେଇ ପ୍ରଶ୍ନରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା । ସବୁ ରାଜନୈତିକ ନେତାଙ୍କ ସହ ମୋ ସମ୍ପର୍କ ଭଲ କହିଲେ ମୋଦି  । ମୋ ପାଇଁ ପ୍ରଶ୍ନ ଥିଲା ସମ୍ପର୍କକୁ ଭଲ ରଖିବି, ନାଁ ଓଡ଼ିଶାର ଭାଗ୍ୟ କଥା ଚିନ୍ତା କରିବି।ଓଡ଼ିଶାର ଉଜ୍ବଳ ଭବିଷ୍ୟତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ରାସ୍ତା ବାଛିଲି । ଏଥି ପାଇଁ ଯଦି ମୋ ସମ୍ପର୍କକୁ ବଳି ଚଢ଼ାଇବାକୁ ପଡ଼େ, ମୁଁ ପ୍ରସ୍ତୁତ ।

ସେପଟେ ଜୁନ ୧ରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ । ସେଥିପାଇଁ ଚାଲିଛି ଜୋରଦାର ପ୍ରଚାର । ବିଜେପିର ଫୋକସରେ ରହିଛି ଓଡ଼ିଶା । ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ହେଭିୱେଟ । ଆଜି ଆସୁଛନ୍ତି  ଅମିତ ଶାହା । ସେହିପରି ମେ ୨୯ ମାନେ କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହାପୂର୍ବରୁ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିବା ବେଳେ ମଧ୍ୟ ସମାନ କଥା ଦୋହରାଇଥିଲେ । କେବଳ ଏତିକି ନୁହେଁ ଓଡ଼ିଶାରୁ ନବୀନ ସରକାର ବିଦାୟ ନେବ ବୋଲି ସ୍ପଷ୍ଟ ଭାବେ କହିଥିଲେ । ଏହାସହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟ କରିବାକୁ ପଛାଇନଥିଲେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ଓଡ଼ିଶା ଗସ୍ତ ପୂର୍ବରୁ ପୁଣିଥରେ ବିଜେପି ସରକାର ଗଠନ ନେଇ ମୋଦୀ ଦମ୍ଭୋକ୍ତି ଦେଖାଇବା ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍