Masthead

ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ଲଣ୍ଡା ହେବି : ସୋମନାଥ ଭାରତୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ସଭା ନିର୍ବାଚନ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଶନିବାର ଅନେକ ଏଗଜିଟ୍‌ ପୋଲ ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏ ବହୁମତ ପାଇବ ବୋଲି ଅନୁମାନ କରାଯାଇଛି। କିନ୍ତୁ ଏହାରି ଭିତରେ ଆମ ଆଦମୀ ପାର୍ଟି ନେତା ସୋମନାଥ ଭାରତୀ ଶନିବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବୋ

ଖାଲି ସେତିକି ନୁହେଁ ଏସବୁ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଚଳିତ ଥର ‘ଇଣ୍ଡିଆ’ ମେଣ୍ଟ ଏକ ମଜଭୂତ ଏବଂ ସ୍ଥିର ସରକାର ଗଠନ କରିବ ବୋଲି ଦାବି କରିଛନ୍ତି। ନୂଆଦିଲ୍ଲୀ ଲୋକ ସଭା ଆସନରେ ‘ଆପ’ ପ୍ରାର୍ଥୀ ଭାରତୀ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଜୁନ ୪ରେ ଲୋକ ସଭା ନିର୍ବାଚନ ପରିଣାମ ଆସିବା ପରେ ସମସ୍ତ ଏକଜିଟ୍‌ ପୋଲ ଅଙ୍କ ଭୁଲ ସାବ୍ୟସ୍ତ ହେବ। ଯଦି ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ତାହାହେଲେ ମୁଁ ଲଣ୍ଡା ହୋଇଯିବି।

ମୋ କଥା ମନେ ରଖିବ। ଜୁନ ୪ରେ ଏକଜିଟ୍‌ ପୋଲ ଭୁଲ ସାବ୍ୟସ୍ତ ହେବ ଏବଂ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ନାହିଁ। ଏହାଛଡ଼ା ସେ କହିଛନ୍ତି, ବିରୋଧୀ ‘ମେଣ୍ଟ’ ଦିଲ୍ଲୀ ସମସ୍ତ ୭ ଆସନରେ ବିଜୟ ହାସଲ କରିବ। ମୋଦିଙ୍କ ଭୟ ଯୋଗୁ ଏଗଜିଟ୍‌ ପୋଲରେ ତାଙ୍କ ପରାଜୟ ଦେଖାଯାଉନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି