Masthead

ଜେଲ ଯିବା ପୂର୍ବରୁ ଭାବବିହ୍ୱଳ ହେଲେ କେଜ୍ରିଓ୍ୱାଲ…କହିଲେ ସମସ୍ତେ ନିଜର ଧ୍ୟାନ ରଖିବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଜେଲ୍ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସେ ତିହାର ଯାଇ ସରେଣ୍ଡର କରିବେ। ତେବେ ଜେଲ୍ ଯିବା ପୂର୍ବରୁ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଭାବୁକ ହୋଇପଡିଛନ୍ତି। ସେ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଆଜି ଅପରାହ୍ଣ ୩ଟାରେ ସେ ଆତ୍ମସମର୍ପଣ କରିବେ ବୋଲି ତାଙ୍କ ପୋଷ୍ଟରେ କହିଛନ୍ତି। ସେ କହିଛନ୍ତି ଯେ, ‘ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁଁ ୨୧ ଦିନ ପାଇଁ ନିର୍ବାଚନ ପ୍ରଚାର ପାଇଁ ଜାମିନରେ ବାହାରକୁ ଆସିଥିଲି।

ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ମୁଁ ତିହାରକୁ ଯାଇ ଆତ୍ମସମର୍ପଣ କରିବି। ମୁଁ ଅପରାହ୍ନ ୩ ଟାରେ ଘରୁ ବାହାରିଯିବି। ପ୍ରଥମେ ମୁଁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବି। ସେଠାରୁ ମୁଁ ହନୁମାନଙ୍କର ଆଶୀର୍ବାଦ ନେବା ପାଇଁ କନଟ୍ ପ୍ଲେସରେ ଥିବା ହନୁମାନ ମନ୍ଦିରକୁ ଯିବି। ସେଠାରୁ ମୁଁ ପାର୍ଟି କାର୍ୟ୍ୟାଳୟକୁ ଯାଇ ସମସ୍ତ କର୍ମୀ ଏବଂ ଦଳର ନେତାଙ୍କୁ ଭେଟିବି। ଏହାପରେ ମୁଁ ତିହାର ଜେଲ ଅଭିମୁଖେ ବାହାରିବି। ଆପଣ ସମସ୍ତେ ନିଜର ଯତ୍ନ ନିଅନ୍ତୁ। ଜେଲରେ ମୁଁ ଆପଣ ସମସ୍ତଙ୍କ ବିଷୟରେ ଚିନ୍ତିତ ହେବି। ଯଦି ତୁମେ ଖୁସିରେ ରହିବ ତେବେ ତୁମର କେଜ୍ରିୱାଲ ମଧ୍ୟ ଜେଲରେ ଖୁସି ହେବ ‘ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି