Masthead

ବିଧାୟକ ପଦରୁ ଇସ୍ତଫା ଦେଲେ ଅଖିଲେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶର କନ୍ନୌଜ ଲୋକସଭା ଆସନରୁ ଜିତିବା ପରେ ସମାଜବାଦୀ ପାର୍ଟି (ସପା)ର ମୁଖ୍ୟ ଅଖିଳେଶ ଯାଦବ ବିଧାନସଭା ପଦବୀରୁ ଇସ୍ତଫା ଦେଇଛନ୍ତି। ସେ କରହଲ ବିଧାନସଭା ଆସନ ଓ ବିରୋଧୀଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ କରହଲ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏବେ ସେ ଲୋକସଭାରେ କନୌଜ ଆସନକୁ ପ୍ରତିନିଧିତ୍ୱ କରିବେ।

କୁହାଯାଉଛି ଯେ ସମାଜବାଦୀ ପାର୍ଟି ମୁଲାୟମ ସିଂ ଯାଦବଙ୍କ ନାତି ତେଜ ପ୍ରତାପ ଯାଦବଙ୍କୁ କରହଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯିବ। ଏଥି ସହ ବିରୋଧୀଦଳର ନେତା ପଦ ପାଇଁ ଅଖିଳେଶଙ୍କ ମାମୁଁ ଶିବପାଲ ଯାଦବଙ୍କ ନାମ ଉପରେ ମଧ୍ୟ ଆଲୋଚନା ହେଉଛି। ତେବେ ସପାର ନେତୃତ୍ୱ ଦ୍ୱାରା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିବ। ୨୦୨୨ରେ ଅଖିଳେଶ ମୈନପୁରୀର କରହଲ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ । ତେବେ ଚଳିତ ଲୋକସଭା ନିର୍ବାଚନରେ କନୌଜ ଆସନରୁ ଜିତିବା ପରେ କରହଲ ଆସନରୁ ସେ ଇସ୍ତଫା ଦେଇଛନ୍ତି ।

ବର୍ତ୍ତମାନ ଖାଲି ହୋଇଥିବା କରହଲ ଆସନରେ ହେବାକୁ ଥିବା ଉପନିର୍ବାଚନରେ ସପା ପକ୍ଷରୁ ତେଜ ପ୍ରତାପ ସିଂହ ଯାଦବଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି । ସେ ଆର୍ଜେଡି ନେତା ଲାଲୁ ଯାଦବଙ୍କର ଜ୍ୱାଇଁ । ବର୍ତ୍ତମାନ ସମୟରେ ତେଜ ପ୍ରତାପ ହେଉଛନ୍ତି ଅଖିଳେଶଙ୍କ ପରିବାରର ଏକମାତ୍ର ସଦସ୍ୟ ଯିଏକି ରାଜନୀତିରେ ସକ୍ରିୟ ଥିଲେ ବି ସାଂସଦ କିମ୍ବା ବିଧାୟକ ପଦରେ ନାହାନ୍ତି । ସପା ନେତା ରାମ ଗୋପାଳ ଯାଦବଙ୍କର ଭଣଜା ଅରବିନ୍ଦ ଯାଦବ, ପୂର୍ବତନ ବିଧାୟକ ସୋବରନ୍ ସିଂହ ଯାଦବଙ୍କ ନାମ ମଧ୍ୟ ଏଥିଲାଗି ଚର୍ଚ୍ଚାରେ ରହିଛି । ସେପଟେ ଅଖିଳେଶଙ୍କ ସହିତ ଅଯୋଧ୍ୟା ସାଂସଦ ଅବଧେଶ ପ୍ରସାଦ ମଧ୍ୟ ବିଧାୟକ ପଦ ଛାଡ଼ିଛନ୍ତି । ସେ ମିଲ୍କିପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ